ଓଡିଶା

odisha

ETV Bharat / state

ତହସିଲ ଅଫିସରେ ତୁମୁଳକାଣ୍ଡ, ମୁହାଁମୁହିଁ ଚାଷୀ ଓ ତହସିଲଦାର - ତହସିଲଦାରଙ୍କୁ ଆକ୍ରମଣ

ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ତହସିଲ ପରିସରରେ ପଶି ତହସିଲଦାରଙ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଚାଷୀ। ଅଧିକ ପଢନ୍ତୁ

ବେଆଇନ ଇଟାଭାଟିକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ଚାଷୀଙ୍କ ମାଡ଼
ବେଆଇନ ଇଟାଭାଟିକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ଚାଷୀଙ୍କ ମାଡ଼

By

Published : Apr 3, 2022, 8:05 AM IST

କେନ୍ଦ୍ରାପଡା:ତହସିଲଦାରଙ୍କୁ ଆକ୍ରମଣ । ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ତହସିଲ ପରିସରରେ ପଶି ତହସିଲଦାରଙ୍କୁ ମାଡ଼ ମାରିଲେ ଉତ୍ତ୍ୟକ୍ତ ଚାଷୀ। ବେଆଇନ ଇଟାଭାଟି ବନ୍ଦ ପାଇଁ କହିବା ସମୟରେ ଘଟିଛି ତୁମୁଳକାଣ୍ଡ । ସାମାନ୍ୟ ବଚସା ପରେ ମୁହାଁମୁହିଁ ହୋଇଛନ୍ତି ତହସିଲଦାର ଓ ୨ଜଣ ଚାଷୀ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

ବେଆଇନ ଇଟାଭାଟିକୁ ନେଇ ଉତ୍ତେଜନା, ତହସିଲଦାରଙ୍କୁ ଚାଷୀଙ୍କ ମାଡ଼

ସୂଚନାଅନୁସାରେ, ଇଟାଭାଟି ଯୋଗୁଁ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ନେଇ ଜଣେ ଚାଷୀ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀଙ୍କ ସହ ଆଲୋଚନା କରିବାକୁ ଆସିଥିଲେ । ତେବେ ହଠାତ କୌଣସି କାରଣରୁ କଥାବାର୍ତ୍ତା ବଚସାର ରୂପ ନେଇଥିଲା ।

ତହସିଲଦାର ଚାଷୀଙ୍କୁ ଆଙ୍ଗୁଳି ଉଠାଇ କଥାବାର୍ତ୍ତା ନକରିବା ପାଇଁ ଚେତାବନୀ ଦେଇଥିଲେ, ତେବେ ଆଙ୍ଗୁଳି ଉଠାଇ କଥା ହେଲେ କଣ ଅସୁବିଧା ହେଉଛି ପଚାରିବା ପରେ ଚାଷୀ ଓ ତହସିଲଦାର ହାତାହାତି ହୋଇଥିଲେ । ଏନେଇ ତହସିଲଦାର ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details