ଲୁଣାନଦୀରେ ଭାସୁଛି ଯୁବକ-ଯୁବତୀଙ୍କ ମୃତଦେହ - deadbody found in luna river
![ଲୁଣାନଦୀରେ ଭାସୁଛି ଯୁବକ-ଯୁବତୀଙ୍କ ମୃତଦେହ ଲୁଣାନଦୀରେ ଭାସୁଛି ଯୁବକ-ଯୁବତୀଙ୍କ ମୃତଦେହ](https://etvbharatimages.akamaized.net/etvbharat/prod-images/768-512-8746013-thumbnail-3x2-deadbody.jpg)
08:26 September 10
କେନ୍ଦ୍ରାପଡା ଲୁଣାନଦୀରେ ଦୁଇଟି ମୃତଦେହ ଭାସିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମୃତଦେହ ଦୁଇଟି କାହାର ତାହା ସ୍ପଷ୍ଟ ହୋଇନାହିଁ ।
କେନ୍ଦ୍ରାପଡା: ଜିଲ୍ଲାରେ ଚାଞ୍ଚଲ୍ୟ । ଲୁଣା ନଦୀରେ ଭାସୁଛି ଗୋଟିଏ ନୁହେଁ ଦୁଇଟି ମୃତଦେହ । ମୃତଦେହ ଗୋଟିଏ ଯୁବକର ହୋଇଥିବା ବେଳେ ଅନ୍ୟଟି ଜଣେ ଯୁବତୀଙ୍କର । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।
ସ୍ଥାନୀୟଲୋକେ ପ୍ରଥମେ ଲୁଣାନଦୀର କଳପଡା ପୋଲ ନିକଟରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ତେବେ ଏ ଯୁବକ-ଯୁବତୀ କିଏ ? ପରିଚୟ ମିଳିପାରିନାହିଁ । ନଦୀକୁ କିଭଳି ମୃତଦେହ ଆସିଲା ତାହା ଏବେ ସନ୍ଦେହ ଘେରରେ । ଉଭୟେ ଆତ୍ମହତ୍ୟା କରିଛନ୍ତି ନା କେହି ସେମାନଙ୍କୁ ହତ୍ୟା କରିଛି ତାହା ଜଣାପଡିନାହିଁ । ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ