କେନ୍ଦ୍ରାପଡ଼ା: ଯୁଦ୍ଧ ହେଉଛି କିନ୍ତୁ ରଣଭୂମି ବଦଳରେ ସାମାଜିକ ଗଣମାଧ୍ୟମରେ । ଏ ଯୁଦ୍ଧରୁ ଶିଖିବା ବଦଳରେ ଲୋକହସା ହେଉଛନ୍ତି ସେଲିବ୍ରିଟି ଓ ରାଜନେତା । ବର୍ଷାଙ୍କ ଅନୁଗତଙ୍କ ଦ୍ବାରା ସୋସିଆଲ ମିଡ଼ିଆ ମାଧ୍ୟମରେ ଅନୁଭବଙ୍କ ବିରୋଧରେ କଟାକ୍ଷ ଟିପ୍ପଣୀ ଲେଖାଯାଇଥିବା ବେଳେ ଏହା ବର୍ଷାଙ୍କ ଆକାଉଣ୍ଟ ବୋଲି ଅଭିଯୋଗ କରିଛନ୍ତି ଅନୁଭବ। ଏହା ସେ କେବଳ ତାଙ୍କ ବିରୋଧରେ ଅପପ୍ରଚାର ସହ ଗାଳିଗୁଲଜ କରିବା ପାଇଁ ଖୋଲିଥିବା କିଛି ସମୟ ପୂର୍ବରୁ ଅନୁଭବ ସୋସିଆଲ ମାଧ୍ୟମରେ କହିଛନ୍ତି ।
ଅଭିନେତାରୁ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଗତ ଏକ ସପ୍ତାହ ଧରି ପ୍ରେମ, ବିବାହ ଓ ପରେ ପାରିବାରିକ କଳହକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଏବଂ ମତପୋଷଣ କରୁଥିବା ବେଳେ ଏହା ବିରୁଦ୍ଧରେ ପୁରୀ ଘାଟ ଥାନା ଓ ସାଇବର ଥାନାର ଦ୍ବାରସ୍ଥ ହୋଇ ସାରିଲେଣି ପତ୍ନୀ ତଥା ଅଭିନେତ୍ରୀ । ତେବେ ଉଭୟଙ୍କ ଅଗଣିତ ପ୍ରଶଂସକ ଏବଂ ସମର୍ଥକ ସୋସିଆଲ ମିଡିଆରେ ନିଜ ନିଜର ମନ୍ତବ୍ୟ ରଖୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଜାଲ ଫ୍ୟାନ କ୍ଳବ ଏବଂ ଫେକ ଆକାଉଣ୍ଟ ମାଧ୍ୟମରେ ଅନୁଭବଙ୍କ ସମର୍ଥକଙ୍କୁ କାଉଣ୍ଟର ଆଟାକ କରୁଥିବା ନେଇ କିଛି ସମୟ ପୂର୍ବରୁ ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷାଙ୍କ ଉଦ୍ଦେଶ୍ୟରେ ଚେତାବନୀ ବାଣୀ ଲେଖିଥିବା ଦେଖାଯାଇଛି ।