କେନ୍ଦ୍ରାପଡା: ଭିତରକନିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ମାଡ଼। ଗତ ରବିବାର ଭୁବନେଶ୍ବରରରୁ ଭିତରକନିକା ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ କିଛି ସ୍ଥାନୀୟ ଯୁବକ ଅଶ୍ଳୀଳ ଭାଷା କହିବା ସହ ମାଡ ମାରିଥିଲେ । ଏଥିସହ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ କରି ନେଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁୟାୟୀ, ଗତ ରବିବାର ସନ୍ଧ୍ୟା ସମୟରେ ଏକ ବସ ଓ କାର ଯୋଗେ ପ୍ରାୟ 70 ଜଣ ପର୍ଯ୍ୟଟକ ଭୁବନେଶ୍ବରରୁ କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ବୁଲିବାକୁ ଆସିଥିଲେ । ସେହି ସମୟରେ ପେଣ୍ଠ ବେଳାଭୂମି ଅଞ୍ଚଳର କୁରୁଣ୍ଟି ଛକ ନିକଟରେ କିଛି ସ୍ଥାନୀୟ ଯୁବକ ପର୍ଯ୍ୟଟକଙ୍କ ଅଟକାଇ ଅଶ୍ଳୀଳ ଭାଷା କହିବା ସହ ମାଡ ମାରିଥିଲେ।