ଓଡିଶା

odisha

ETV Bharat / state

ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ପଲିଗନ ସର୍ଚ୍ଚ ଆପରେ ଦିନରେ କରାଯିବ ଗଣନା - ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା କୁମ୍ଭୀର ଗଣନା । ଉଦ୍ୟାନ ମଧ୍ୟରେ ଓ ବାହାରେ ଥିବା ବିଭିନ୍ନ ନଦୀନାଳ ମାନଙ୍କରେ ରହିଥିବା କୁମ୍ଭୀର ଗଣନା କରିବେ ୨୨ଟି ଟିମ୍ । ଅଧିକ ପଢନ୍ତୁ

ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ପଲିଗନ ସର୍ଚ୍ଚ ଆପରେ ଦିନରେ କରାଯିବ ଗଣନା
ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ପଲିଗନ ସର୍ଚ୍ଚ ଆପରେ ଦିନରେ କରାଯିବ ଗଣନା

By

Published : Jan 6, 2022, 9:23 AM IST

Updated : Jan 6, 2022, 9:56 AM IST

କେନ୍ଦ୍ରାପଡ଼ା:ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ(Bhitarkanika National Park)ରେ ଆରମ୍ଭ ହେଲା କୁମ୍ଭୀର ଗଣନା । ଏହା ଆଜିଠୁ ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଓ ବାହାରେ ଥିବା ବିଭିନ୍ନ ନଦୀନାଳ ମାନଙ୍କରେ ରହିଥିବା କୁମ୍ଭୀର ଗଣନା କରିବେ ୨୨ଟି ଟିମ୍ ।

ଆଜିଠୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ପଲିଗନ ସର୍ଚ୍ଚ ଆପରେ ଦିନରେ କରାଯିବ ଗଣନା

ଏନେଇ ପ୍ରତ୍ୟେକ ଟିମରେ ୪ ଜଣ ସଦସ୍ୟ ରହିଥିବାବେଳେ ଜାତୀୟ ଉଦ୍ୟାନ ମଧ୍ୟରେ ୧୭ଟି ଓ ବାହାରେ ୫ଟି ଟିମ ଗଣନା କାର୍ଯ୍ୟରେ ନିୟୋଜିତ ହେବାର ସୂଚନା ମିଳିଛି । ତେବେ ପ୍ରଥମଥର ପାଇଁ ଦିନରେ "ପଲିଗନ ସର୍ଚ୍ଚ ମୋବାଇଲ ଆପ"ଦ୍ୱାରା ଏହି ଗଣନା କାର୍ଯ୍ୟ ହେବାକୁ ଥିବା ବେଳେ ରାତିରେ ପାରମ୍ପରିକ ପଦ୍ଧତିରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ୱରେ ଏହି ଗଣନା କରାଯିବାକୁ ଥିବା ବେଳେ ଏହି ସମୟ ମଧ୍ୟରେ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Last Updated : Jan 6, 2022, 9:56 AM IST

ABOUT THE AUTHOR

...view details