ଓଡିଶା

odisha

ETV Bharat / state

ବନ୍ୟା କ୍ଷୟକ୍ଷତି ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ଆକଳନ - district administration estimates flood damage

କେନ୍ଦ୍ରାପଡ଼ା ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା। ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟାଜଳ ଆସିଥିବାରୁ 9ଟି ବ୍ଲକର 76ଟି ପଞ୍ଚାୟତର 377ଟି ଗାଁ ଓ 2ଟି ପୌର ପରିଷଦର 15ଟି ୱାର୍ଡ ପ୍ରଭାବିତ ହୋଇଛି।

flood damage
କେନ୍ଦ୍ରାପଡ଼ାରେ ବନ୍ୟା ପରିସ୍ଥିତି

By

Published : Sep 1, 2020, 10:28 PM IST

କେନ୍ଦ୍ରାପଡ଼ା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ଉତ୍କଟ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା। ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟାଜଳ ଆସିଥିବାରୁ 9ଟି ବ୍ଲକର 76ଟି ପଞ୍ଚାୟତର 377ଟି ଗାଁ ଓ 2ଟି ପୌର ପରିଷଦର 15ଟି ୱାର୍ଡ ପ୍ରଭାବିତ ହୋଇଛି।

କେନ୍ଦ୍ରାପଡ଼ାରେ ବନ୍ୟାର କ୍ଷୟକ୍ଷତି

ସେହିପରି 160ଟି ଗାଁ ଜଳବନ୍ଦୀ ଅବସ୍ଥାରେ ବର୍ତ୍ତମାନ ସୁଦ୍ଧା ରହିଥିବାବେଳେ ମୋଟ 2 ଲକ୍ଷ 25 ହଜାର 406ଜଣ ଲୋକ ପ୍ରଭାବିତ ହୋଇଥିବା ସୂଚନା ଦେଇଛି ଜିଲ୍ଲା ଆପଦକାଳୀନ ବିଭାଗ। 6ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

ଉଦ୍ଧାର କାର୍ଯ୍ୟ ପାଇଁ 3ଟି ଓଡ୍ରାଫ ଟିମ, 4ଟି ଏନଡିଆରଏଫ ଟିମ, 15ଟି ଅଗ୍ନିଶମ ବିଭାଗ ଗାଡି ସମେତ 200ଟି ଡଙ୍ଗା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ବନ୍ୟା ଦ୍ବାରା 33ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବା ବେଳେ 217ଟି ଗାଁ ଓ 8ଟି ମ୍ୟୁନିସିପାଲିଟିର ମୋଟ 2 ଲକ୍ଷ 82ହଜାର 189ଜଣ ଲୋକ ପାଣି ଜମା ହୋଇ ରହିଥିବା ସ୍ଥାନରେ ରହୁଛନ୍ତି ବୋଲି ପ୍ରଶାସନ ଜଏଣ୍ଟ ରିଲିଫ କମିଶନଙ୍କୁ ତଥ୍ୟ ପ୍ରଦାନ କରିଛି।

ସେହିପରି ଚଳିତ ବନ୍ୟାରେ ଅନ୍ୟ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ତଥ୍ୟ ପ୍ରଦାନ କରିବ ବୋଲି ସୂଚନା ମିଳିଛି। ଆଉ ବନ୍ୟା ନେଇ ଅନେକ କ୍ଷୟକ୍ଷତି ହୋଇଥିବାବେଳେ ଏବେ ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details