ଓଡିଶା

odisha

ETV Bharat / state

Panchayat Polls: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ - ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ସର୍ବମୋଟ ୩୨ଟି ଜିଲ୍ଲା ପରିଷଦ ଜୋନରେ ବିଜେପି ଆଜି ୨୫ଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ଆଳି ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ପ୍ରାର୍ଥୀ ଘୋଷଣା କରିପାରିନାହିଁ । ଅଧିକ ପଢନ୍ତୁ

Panchayat Polls: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ
Panchayat Polls: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

By

Published : Jan 21, 2022, 11:24 AM IST

Updated : Jan 21, 2022, 11:32 AM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି(ଶୁକ୍ରବାର) ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ। ନିର୍ବାଚନ ବିଗୁଲ ବାଜିବା ପରେ ଗତ ୧୭ ତାରିଖ(ସୋମବାର) ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତକାଲି ସୁଦ୍ଧା ବିଜେଡିରୁ ୧୭ଜଣ ଏବଂ କଂଗ୍ରେସରୁ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ମାତ୍ର ୭ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ରହିଛି ।

Panchayat Polls: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ

ଭାରତୀୟ ଜାତୀୟ କଂଗ୍ରେସ ପୂର୍ବରୁ ନିର୍ବାଚନ ନେଇ ସମସ୍ତ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଅସନ୍ତୁଷ୍ଟଙ୍କୁ ଚେକ୍‌ ଦେଇ ଶେଷ ସମୟରେ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଜାରି ରଖିଛି। ସର୍ବମୋଟ ୩୨ଟି ଜିଲ୍ଲା ପରିଷଦ ଜୋନରେ ବିଜେପି ଆଜି ୨୫ଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ଆଳି ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ପ୍ରାର୍ଥୀ ଘୋଷଣା କରିପାରିନାହିଁ ।

ଦୁଇ ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ କଂଗ୍ରେସ ତୁଳନାରେ ପ୍ରାର୍ଥୀ ଚୟନରେ ପଛରେ ପଡ଼ିଯାଇଥିବା ବିଜେପି ପାଇଁ ଆଉ ଏକ ଚିନ୍ତାର ବିଷୟ ହୋଇଛି। ଆଜି ଅନ୍ତିମ ଦିନରେ ତିନିଦଳରୁ ଅନ୍ୟୁନ ୬୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ନାମାଙ୍କନ ପତ୍ର ସଂଖ୍ୟା ୮୦ ଛୁଇଁପାରେ ବୋଲି ଆକଳନ କରାଯାଉଛି। ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୫ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 21, 2022, 11:32 AM IST

ABOUT THE AUTHOR

...view details