କେନ୍ଦ୍ରାପଡ଼ା: ଜିଲ୍ଲା ରାଜକନିକାର ଭାରିଗଦା ଠାରେ ହେବାକୁ ଥିବା ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଆଜି ଜୋରଦାର ବିରୋଧ ହୋଇଛି । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଡ଼ାକରାରେ ୨୦୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଏକାଠି ହୋଇ କଟକ-ଚାନ୍ଦବାଲି ରାସ୍ତାର ଗଡ଼ଗଡ଼ିଆ ଘାଟ ଠାରୁ ଅଚ୍ୟୁତପୁର ଯାଏ ୨ କିମି ପର୍ଯ୍ୟନ୍ତ ମାନବ ଶୃଙ୍ଖଳରେ ଠିଆ ହୋଇ ପ୍ରକଳ୍ପ ବନ୍ଦ କରିବା ପାଇଁ ନାରାବାଜି କରିଥିଲେ ।
ଖରସ୍ରୋତା ନଦୀ ଜଳ ପାଇଁ ୨ କିଲୋମିଟର ମାନବ ଶୃଙ୍ଖଳ - kharasrota river project
କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦା ଠାରେ ହେବାକୁ ଥିବା ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଆଜି ଜୋରଦାର ବିରୋଧ ।

ଖରସ୍ରୋତା ନଦୀ ଜଳ ପାଇଁ ୨ କିଲୋମିଟର ମାନବ ଶୃଙ୍ଖଳ
ଖରସ୍ରୋତା ନଦୀ ଜଳ ପାଇଁ ୨ କିଲୋମିଟର ମାନବ ଶୃଙ୍ଖଳ
ଏହି ପ୍ରକଳ୍ପ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି । ସରକାର ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ କରି ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାକୁ ପାଣି ଯୋଗାଇ ଦେବା ପାଇଁ ସ୍ଥିର କରିଛନ୍ତି । କିନ୍ତୁ ପ୍ରକଳ୍ପ ହେବା ଦିନ ଠାରୁ ଏହାକୁ ବିରୋଧ କରି ଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି । ପ୍ରକଳ୍ପ ହେଲେ ଆଳି-କନିକାର ଚାଷ ବାସ ପ୍ରଭାବିତ ହେବା ସହ ନଦୀ ଜଳଲୁଣା ହୋଇଯିବ ବୋଲି କହିଛନ୍ତି ପ୍ରକଳ୍ପକୁ ବିରୋଧ କରୁଥିବା ବୁଦ୍ଧିଜୀବି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ