କେନ୍ଦ୍ରାପଡା: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଯୁବକ । ପାଦରେ ଚାଲିଚାଲି ବିଭିନ୍ନ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲୁଛନ୍ତି ସତ୍ୟବ୍ରତ ଦାସ । ଓଡିଶା ଏଭଳି ଏକ ରାଜ୍ୟ ଯାହାକି ପ୍ରତ୍ୟେକ ବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି, ଯେଉଁଥି ପାଇଁ ରାଜ୍ୟ ରାଜସ୍ୱର ମଧ୍ୟ କ୍ଷତି ହେଉଛି । ଯଦି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳେ ତା ହେଲେ ସାଧାରଣ ଗରିବ ଲୋକେ ଉପକୃତ ହୋଇପାରିବେ।
ଓଡିଶାର ସ୍ବାର୍ଥ ପାଇଁ 314 ବ୍ଲକକୁ ପଦଯାତ୍ରା କରୁଛନ୍ତି ସତ୍ୟବ୍ରତ - Kendrapara news
ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବରେ ଘୋଷଣା କରିବା ପାଇଁ ସତ୍ୟବ୍ରତ ରାଷ୍ଟ୍ରପତିଙ୍କ ନିକଟରେ ଅନୁରୋଧ କରି ଓଡ଼ିଶାର ୩୧୪ଟି ବ୍ଲକର ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର ପ୍ରଦାନ କରୁଛନ୍ତି ସତ୍ୟବ୍ରତ ଦାସ ।
ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ଭାବରେ ଘୋଷଣା କରିବା ପାଇଁ ସତ୍ୟବ୍ରତ ରାଷ୍ଟ୍ରପତିଙ୍କ ନିକଟରେ ଅନୁରୋଧ କରି ଓଡ଼ିଶାର ୩୧୪ ଟି ବ୍ଲକର ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର ପ୍ରଦାନ କରୁଛନ୍ତି । ଆଜି ସତ୍ୟବ୍ରତ ପାଦରେ ଚାଲିଚାଲି କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା, ଡେରାବିଶ୍ , ପଟ୍ଟାମୁଣ୍ଡାଇ, ଗରଦପୁର ଆଦି 9ଟି ବ୍ଲକର ବିଡ଼ିଓଙ୍କୁ ଏହି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ସତ୍ୟବ୍ରତଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ହୋଇଥିବା ବେଳେ ତାଙ୍କୁ ଏହି ପଦଯାତ୍ରା ସମୟରେ ବହୁ ଯୁବକ ସହାୟତା କରୁଥିବା ଦେଖିବାକୁ ମିଳିଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ