ଓଡିଶା

odisha

ETV Bharat / state

ପୋଲିସ ହାତରେ ୧୩ ଆନ୍ତଃରାଜ୍ୟ ଲୁଟେରା, ସାହସୀ ମହିଳାଙ୍କୁ ପୋଲିସର ସମ୍ବର୍ଦ୍ଧନା

ଧରାପଡିଲେ 13 ଆନ୍ତଃରାଜ୍ୟ ଡକାୟତଙ୍କ ସହ 8 ଚୋରା ସାମଗ୍ରୀ କ୍ରେତା । ଉପସ୍ଥିତ ବୃଦ୍ଧି ଖଟାଇ ସମ୍ବୋଧିତ ହେଲେ ମହିଳା । ଅଧିକ ପଢନ୍ତୁ

ପୋଲିସ ହାତରେ ୧୩ ଆନ୍ତଃରାଜ୍ୟ ଲୁଟେରା, ସାହସୀ ମହିଳାଙ୍କୁ ପୋଲିସର ସମ୍ବର୍ଦ୍ଧନା
ପୋଲିସ ହାତରେ ୧୩ ଆନ୍ତଃରାଜ୍ୟ ଲୁଟେରା, ସାହସୀ ମହିଳାଙ୍କୁ ପୋଲିସର ସମ୍ବର୍ଦ୍ଧନା

By

Published : Apr 23, 2022, 4:00 PM IST

Updated : Apr 23, 2022, 4:20 PM IST

କେନ୍ଦ୍ରାପଡ଼ା: ଧରାପଡିଲେ 13 ଆନ୍ତଃରାଜ୍ୟ ଡକାୟତଙ୍କ ସହ 8 ଜଣ ଚୋରା ସାମଗ୍ରୀ କ୍ରେତା । ଚଳିତ ମାସ 9 ଓ 10 ତାରିଖରେ ନିକିରାଇ ଓ ତନ୍ତିଆପାଳ ଥାନା ଅଧିନ ଚାରିଗାଁ ଏବଂ କାକଟପୁର ଗାଁରୁ ସଶସ୍ତ୍ର ଡକାୟତି କରିଥିଲେ ଏହି ଆନ୍ତଃରାଜ୍ୟ ଲୁଟେରା । ଚାରିଗାଁ ଗ୍ରାମର ଭାବଗ୍ରାହୀ ମହାରଣାଙ୍କ ଘରେ କେହି ନଥିବାବେଳେ ସୁଶାନ୍ତ ଓରଫ ଲିପୁ ସହ ଅନ୍ୟ 3 ଜଣ ଅଭିଯୁକ୍ତ ରାତିରେ ଲକ୍ଷାଧିକ ମୂଲ୍ୟର ସୁନାଗହଣା ସମେତ ନଗଦ ଟଙ୍କା ଲୁଟି ନେଇଥିଲେ ।

ଏହି ଘଟଣାର ଠିକ ପରଦିନ ଅର୍ଥାତ ଏପ୍ରିଲ 10 ତାରିଖରେ ଲିପୁ ସମେତ ଅନ୍ୟ 5 ଜଣ ତନ୍ତିଆପାଳ ଅଧିନ କାକଟପୁର ଗାଁର କାର୍ତ୍ତିକ ସ୍ବାଇଁଙ୍କ ଘରୁ ସଶସ୍ତ୍ର ଡକାୟତି କରି ଥିବାବେଳେ କାର୍ତ୍ତିକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଏହି ଡକାୟତ ଗୋଷ୍ଠୀ ଲୁଟ କରୁଥିବା ସମୟରେ କାର୍ତ୍ତିକଙ୍କ ମଝିଆ ବୋହୂ କୌଶଳକ୍ରମେ ଖଟ ତଳକୁ ଯାଇ ସମ୍ପର୍କୀୟଙ୍କୁ କଲ୍ କରିବାରୁ ଗାଁ ଲୋକେ ଗ୍ୟାଙ୍ଗର ଦୁଇଜଣ ସେଖ୍ ଲତିଫ ଓ ସେଖ୍ ତାହୀରଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ ।

ପୋଲିସ ହାତରେ ୧୩ ଆନ୍ତଃରାଜ୍ୟ ଲୁଟେରା, ସାହସୀ ମହିଳାଙ୍କୁ ପୋଲିସର ସମ୍ବର୍ଦ୍ଧନା

ପୋଲିସ ମାମଲାର ତଦନ୍ତ କରି ଜିଲ୍ଲାରେ ଏଭଳି ଲୁଟପାଟ କରୁଥିବା ଗୋଷ୍ଠୀକୁ ଧରି ଆଜି(ଶନିବାର) କୋର୍ଟଚାଲାଣ କରିଛି । ଆଜି କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଲୁଟ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ 13 ଅଭିଯୁକ୍ତ ଏବଂ 8 ଜଣ ଚୋରି ସାମଗ୍ରୀ କ୍ରୟ କରିଥିବା ଲୋକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛି ପୋଲିସ । ଏଥିସହ ସେମାନଙ୍କ ନିକଟରୁ 2 ଟି ଗୁଳିଭର୍ତ୍ତି ବନ୍ଧୁକ, ଗୋଟିଏ ଟାଟା ଟିଗର କାର, ତିନୋଟି ବାଇକ, ଗୋଟିଏ ବୁଲେଟ, 135ଗ୍ରାମ ସୁନା ଓ 600 ଗ୍ରାମ ରୁପା ଅଳଙ୍କାର, ଦୁଇଟି ଭୁଜାଲି, ଗୋଟିଏ ଲୁହା ରଡ଼, 13ଟି ମୋବାଇଲ ଫୋନ ସମେତ ମୋଟ 91,500 ଟଙ୍କା ଜବତ କରାଯାଇଛି ।

ସେପଟେ ଉପସ୍ଥିତ ବୁଦ୍ଧିଖଟାଇ ଦୁଇଜଣ ଡକାୟତଙ୍କୁ କାବୁ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅପ୍ରମୟୀ ଓ ତାଙ୍କ ପରିବାରଙ୍କୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପୋଲିସ ସୂଚନା ଅନୁସାରେ ଏହି ଲୁଟ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ସୁଶାନ୍ତ ଓରଫ ଲିପୁ ସାହୁ ନାମରେ ରାଜ୍ୟର ବିଭିନ୍ନ ଥାନାରେ 52ଟି, ଲତିଫ ନାମରେ 34, ପ୍ରହ୍ଲାଦ ସେଠି ନାମରେ 16, ଟୁନା ମହାରଣା ନାମରେ 3ଟି ମାମଲା ରହିଛି ।



କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 23, 2022, 4:20 PM IST

ABOUT THE AUTHOR

...view details