କେନ୍ଦ୍ରାପଡ଼ା : କେନ୍ଦ୍ରାପଡାରେ ବୁଧବାର ଚିହ୍ନଟ ହୋଇଛନ୍ତି ଆଉ ଜଣେ କୋରୋନା ପଜେଟିଭ । ହେଲେ ଗତ ୨ମାସ ହେବ ସେ କେନ୍ଦ୍ରାପଡ଼ା ଆସିନାହାନ୍ତି । ତେଣୁ ଜିଲ୍ଲାରେ କଣ୍ଟାକ୍ଟ ଟ୍ରେସିଙ୍ଗ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଆକ୍ରାନ୍ତ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିଲେ ମଧ୍ୟ ସେ ବାହାର ରାଜ୍ୟରୁ ଫେରି ସିଧା ଭୁବନେଶ୍ବର ଯାଇଥିବାରୁ କୌଣସି ସଂକ୍ରମଣ ସମ୍ଭାବନା ନାହିଁ । ତେବେ ଜିଲ୍ଲାରେ ପଜେଟିଭଙ୍କ ସଂଖା 3ରେ ପହଞ୍ଚିଛି ।
କେନ୍ଦ୍ରାପଡାରେ ପଜେଟିଭଙ୍କ ସଂଖ୍ୟା ଛୁଇଁଲା 3, କୋହଳ ହେବ ଲକ ଡାଉନ - କେନ୍ଦ୍ରାପଡାରେ ପଜେଟିଭଙ୍କ ସଂଖ୍ୟା ଛୁଇଁଲା 3
କେନ୍ଦ୍ରାପଡାରେ ବୁଧବାର ଚିହ୍ନଟ ହୋଇଛନ୍ତି ଆଉ ଜଣେ କୋରୋନା ପଜେଟିଭ । 3ରେ ପହଞ୍ଚିଲା ପଜେଟିଭଙ୍କ ସଂଖା । ସେପଟେ, ଗୁରୁବାର ଠାରୁ ଜିଲ୍ଲାରେ କୋହଳ ହେବ ଲକଡାଉନ । ଅଧିକ ପଢନ୍ତୁ....
କେନ୍ଦ୍ରାପଡାରେ ପଜେଟିଭଙ୍କ ସଂଖ୍ୟା ଛୁଇଁଲା 3, କୋହଳ ହେବ ଲକ ଡାଉନ
କେନ୍ଦ୍ରାପଡାରେ ପଜେଟିଭଙ୍କ ସଂଖ୍ୟା ଛୁଇଁଲା 3, କୋହଳ ହେବ ଲକ ଡାଉନ
ସେହିପରି ଗୁରୁବାର ସକାଳୁ ଜିଲ୍ଲାରେ ଲକଡାଉନ କୋହଳ ହେବା ସହ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଚାହା ଓ ଜଳଖିଆ ଦୋକାନ ପାର୍ଶଲ ଦେବାପାଇଁ ନିୟମ କଡାକଡି କରାଯାଇଥିବା ବେଳେ ସେଲୁନ ଓ ଅନ୍ୟାନ୍ୟ ଦୋକାନ ଗୁଡିକରେ ସାମାଜିକ ଦୂରତ୍ବ ରଖି ବ୍ୟବସାୟ କରିବେ ବୋଲି ସେ କହିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ , ଇଟିଭି ଭାରତ