ଓଡିଶା

odisha

By

Published : Aug 30, 2019, 9:48 AM IST

Updated : Aug 30, 2019, 9:55 AM IST

ETV Bharat / state

ବିଫଳ ଚୋରଙ୍କ ନାରକୀୟ କାଣ୍ଡ, 4 ଜଣଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ଚୋରି କରିବାରେ ବିଫଳ ହେବାରୁ ଗୋଟିଏ ପରିବାର 4ଜଣ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ । ଫଳରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି। କେନ୍ଦ୍ରାପଡାର ଆଳି ଅଞ୍ଚଳରେ ଘଟିଛି ଏହି ଘଟଣା । ସେପଟେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଚଳାଇଛନ୍ତି ଆନ୍ଦୋଳନ ।

ଡିଜାଇନ ଫଟୋ

କେନ୍ଦ୍ରାପଡା: ଚୋରି କରିବାରୁ ବିଫଳ ହେବାରୁ ଚୋରଙ୍କ ନାରକୀୟ କାଣ୍ଡ । ଗୋଟିଏ ପରିବାରର 4 ସଦସ୍ୟଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାର ଆଳି ଥାନା ଅଧିନସ୍ଥ ଭରତପୁର ଗାଁରେ ।

ଗତ ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ଗାଁର ହାଡିବନ୍ଧୁ ସାହୁଙ୍କ ଘରେ ଗ୍ରୀଲ ତାଡି ଚୋରି ଉଦ୍ଦେଶ୍ୟରେ ପଶିଥିଲେ 4 ଦୁର୍ବୃର୍ତ୍ତ । ହେଲେ ହଠାତ୍ ହାଡିବନ୍ଧୁଙ୍କ ପରିବାର ସମସ୍ତ ସଦସ୍ୟ ଉଠିଯାଇ ସେମାନଙ୍କୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ 4 ଦୁର୍ବୃତ୍ତଙ୍କ ହାଡିବନ୍ଧୁଙ୍କ ପରିବାର ସଦସ୍ୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ପରିବାରଲୋକଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଉଠିବାରୁ ଘଟଣାସ୍ଥଳରୁ ସେମାନେ ଫେରାର୍ ହୋଇଯାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ସମସ୍ତ ଆହତଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାକୁ ବିରୋଧ ଓ ଦୁର୍ବୃର୍ତ୍ତଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଭରତପୁର ଛକରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 30, 2019, 9:55 AM IST

ABOUT THE AUTHOR

...view details