କେନ୍ଦ୍ରାପଡା: ସଙ୍ଗରୋଧ କେନ୍ଦ୍ର ପାଚେରୀ ଡେଇଁ ସାଙ୍ଗକୁ ଦେଖା କରିବାକୁ ଯାଇ ଯୁବକ ରହିଲେ ୧୪ ଦିନ ସଙ୍ଗରୋଧ ଗୃହରେ । ଏପରି ଘଟଣା ଦେଖିବାକୁ ମିଳିଛି ମହାକାଳପଡା ବ୍ଲକ ବଡିହି ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ।
ସାଙ୍ଗଙ୍କୁ ଦେଖା କରିବାକୁ ଆସି ପାଚେରୀ ଡେଇଁବା ପରେ ସଙ୍ଗରୋଧ କେନ୍ଦ୍ରରେ ବନ୍ଦୀ ଯୁବକ - ବହଢି ପଞ୍ଚାୟତ
ସାଙ୍ଗକୁ ଦେଖା କରିବା ପାଇଁ ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁଲେ ଯୁବକ । ଏହାପରେ ଧରି ପଡି ଯୁବକ ଜଣକ ରହିଲେ ୧୪ ଦିନ କ୍ବାରେଣ୍ଟାଇନରେ ।
![ସାଙ୍ଗଙ୍କୁ ଦେଖା କରିବାକୁ ଆସି ପାଚେରୀ ଡେଇଁବା ପରେ ସଙ୍ଗରୋଧ କେନ୍ଦ୍ରରେ ବନ୍ଦୀ ଯୁବକ ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଯୁବକ ହଟହଟା](https://etvbharatimages.akamaized.net/etvbharat/prod-images/768-512-7547991-thumbnail-3x2-collage-7tu.jpg)
ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଯୁବକ ହଟହଟା
ସଙ୍ଗରୋଧ କେନ୍ଦ୍ରର ପାଚେରୀ ଡେଇଁ ଯୁବକ ହଟହଟା
ସୂଚନାମୁତାବକ, ରାମଚନ୍ଦ୍ରପୁର ଗ୍ରାମର ୪ ଜଣ ଯୁବକ ହାଇଦ୍ରାବାଦରୁ ଫେରି କ୍ବାରେଣ୍ଟାଇନ ଗୃହରେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିଛନ୍ତି । ଜଣେ ଯୁବକ ୮ ତାରିଖ ରାତିରେ କ୍ବାରେଣ୍ଟାଇନ ଗୃହର ପାଚିରୀ ଡେଇଁ ତାର ଚାରି ଜଣ ସାଙ୍ଗଙ୍କୁ ଦେଖା କରିକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ଏହା ପରେ ଗ୍ରାମବାସୀ ମାନେ ସରପଞ୍ଚଙ୍କୁ ଖବର ଦେବା ପରେ ସରପଞ୍ଚ ଘଟଣାସ୍ଥଳରେ ପହଁଚି ଉକ୍ତ ଯୁବକକୁ ତାଙ୍କର ସାଙ୍ଗ ମାନଙ୍କ ସହିତ ୧୪ ଦିନ ସଙ୍ଗରୋଧରେ ରଖିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ