ଓଡିଶା

odisha

ETV Bharat / state

ପେଣ୍ଠ ବେଳାଭୂମିରେ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ - Pent Beach

ସମୁଦ୍ରରେ ଗାଧୋଇବା ବେଳେ ଲହଡିରେ ଭାସି ଯାଇ ଗଲା ଯୁବକଙ୍କ ଜୀବନ। ଅଧିକ ପଢନ୍ତୁ ....

ପେଣ୍ଠ ବେଳାଭୂମିରେ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ
ପେଣ୍ଠ ବେଳାଭୂମିରେ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ

By

Published : Nov 15, 2020, 9:47 PM IST

କେନ୍ଦ୍ରାପଡା: ସମୁଦ୍ରରେ ଗାଧୋଇବା ହେଲା କାଳ । ସମୁଦ୍ର ଲହଡିରେ ଭାସି ଯାଇ ଗଲା ଯୁବକଙ୍କ ଜୀବନ। ମୃତ ଯୁବକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସତ୍ୟଜୀତ ବାଇ। ସତ୍ୟଜିତ ଓ ତାଙ୍କର 6ଜଣ ସାଙ୍ଗ ଆଜି ପେଣ୍ଠ ବେଳାଭୂମିରେ ଗାଧୋଇବା ପାଇଁ ଯାଇଥିଲେ । ତେବେ ସେମାନେ ଗାଧୋଉଥିବା ବେଳେ ହଠାତ 3 ମିଟରରୁ ଉଚ୍ଚ ଲହଡି ଆସିବାରୁ ସମୁଦ୍ର ଭିତରକୁ ଭାସି ଯାଇଥିଲେ ସତ୍ୟଜିତ । ପରେ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ସେ ମିଳି ନଥିଲେ ।

ପେଣ୍ଠ ବେଳାଭୂମିରେ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ

ଖବର ପାଇ ଘଟଣା ସ୍ଥଳରେ ରାଜନଗର ଅଗ୍ନିଶମ ବାହିନୀ ପହଁଞ୍ଚିଥିଲେ ହେଁ ଭୟଙ୍କର ଲହଡି ଦେଖି ଭିତରକୁ ପଶିପାରି ନଥିଲେ ଅଗ୍ନିଶମ ବାହିନୀ । ଉତ୍ୟକ୍ତ ଲୋକେ ଅଗ୍ନିଶମ ବାହିନୀକୁ କିଛି ସମୟ ପାଇଁ ଅଟକ ରଖିଥିଲେ। ଘଟଣା ସ୍ଥଳରେ ରାଜନଗର ପୋଲିସ ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ହ୍ରାସ ପାଇଥିଲା।

ସତ୍ୟଜିତ ବିହାରର ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ସେ ଦୀପାବଳି ପାଇଁ ଗାଁକୁ ଆସିଥିଲେ। ତେବେ ଚଳିତ ମାସ ୧ ତାରିଖ ଦିନ ଯାଜପୁର ଜିଲ୍ଲା ଜରି ଗ୍ରାମର ଜଣେ ଯୁବକ ଭାସିଯାଇ ମୃତ୍ୟୁ ହୋଇଥିଲା । ମାତ୍ର ୧୫ ଦିନ ନପୁରୁଣୁ ପୁଣି ଆଜି ଆଉ ଏକ ଅଘଟଣ ପ୍ରଶାସନର ଢିଲାପଣକୁ ପଦାରେ ପକାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ABOUT THE AUTHOR

...view details