କେନ୍ଦ୍ରାପଡା: ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ। କେନ୍ଦ୍ରାପଡା ଜିଲ୍ଲାର ରାଜସ୍ବ, ସହରାଞ୍ଚଳ ଓ ପୋଲିସ ବିଭାଗ କର୍ମଚାରୀ ଭଳି ସମ୍ମୁଖ ଯୋଦ୍ଧମାନଙ୍କୁ ଟୀକାକରଣ କରାଯିବା ପାଇଁ ଡାଟାବେଶ ପ୍ରସ୍ତୁତ କରାଯାଇଛି। ଜିଲ୍ଲାର ମୋଟ ୩୫୩୫ ଜଣ କୋରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ।
ସ୍ଥାନୀୟ ଉର୍ଦ୍ଦୁ ଲାଇବ୍ରେରୀରେ ରାଜସ୍ବ ଓ ସହରାଞ୍ଚଳ କର୍ମଚାରୀମାନେ ଟିକା ନେଉଥିବା ବେଳେ ଏସପିଙ୍କ କାର୍ଯ୍ୟାଳୟରେ ଗୃହ ବିଭାଗ କର୍ମଚାରୀମାନେ ଟିକା ନେଉଛନ୍ତି।