ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ବାହିନୀକୁ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ - Corona warrior

କୋରୋନା ସମୟରେ ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ବାହିନୀକୁ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଧୂପ,ଦୀପ ଓ ପୁଷ୍ପମାଲ୍ୟରେ ଏହି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହିଳା ସରପଞ୍ଚ ଓ ଗ୍ରାମବାସୀ। ଅଧିକ ପଢନ୍ତୁ...

The people of Kendrapara felicitated to the Corona warrior
କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ବାହିନୀକୁ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ

By

Published : May 12, 2020, 1:15 PM IST

କେନ୍ଦ୍ରାପଡ଼ା: ବିଶ୍ବରେ ଏବେ ଆତଙ୍କ ଖେଳାଉଛି ମହାମାରୀ କୋରୋନା । ସାରା ଭାରତବର୍ଷକୁ ତିନୋଟି ପର୍ଯ୍ୟାୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ସଂକ୍ରମଣ ଏଡ଼ାଇବା ପାଇଁ ଉଦ୍ୟମରତ କର୍ମଚାରୀ ମାନଙ୍କର ମନୋବଳ ବଢାଇବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ ଏକ ଉତ୍ସବ ମାତ୍ର । କେତେବେଳେ ଅମାନିଆକୁ ସାବାଡ଼ କରିବା ପାଇଁ ଲାଠି ଉଠାଇବାକୁ ହେଉ ଆଉ କେତେବେଳେ ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ପୋଲିସ-ପବ୍ଲିକ ସେବା ହେଉ, ସବୁଠାରେ ଭୂମିକା ରହିଥାଏ ଆରକ୍ଷୀ ବିଭାଗର।

କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ବାହିନୀକୁ ସମ୍ବର୍ଦ୍ଧନା କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା ସଦର ଥାନା ଅଧିନରେ ଥିବା 32ଟି ପଞ୍ଚାୟତରେ ପୋଲିସର ଦିନରାତି ପହରା ପାଇଁ ଲୋକମାନେ ସଂକ୍ରମଣରୁ ଦୂରେଇ ରହି ପାରିଛନ୍ତି। ତେବେ କୋରୋନା ସମୟରେ ଯୋଦ୍ଧା ଭାବରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ବାହିନୀକୁ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଧୂପ,ଦୀପ ଓ ପୁଷ୍ପମାଲ୍ୟରେ ଏହି କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହିଳା ସରପଞ୍ଚ ଓ ଗ୍ରାମବାସୀ। ଏଭଳି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ପ୍ରେରଣା ଯୋଗାଇଥିବାରୁ ସରପଞ୍ଚ ମହାଶୟାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।

ତେବେ ସମ୍ବର୍ଦ୍ଧନା ସମୟରେ ସାମାଜିକ ଦୂରତ୍ୱ,ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦେଇଥିଲେ ଉଭୟ ପଞ୍ଚାୟତ ବାସିନ୍ଦା ଓ ପୋଲିସ ବିଭାଗ।ନିଜେ ସଚେତନ ରହି ଅନ୍ୟମାନଙ୍କୁ ସଚେତନ ରହିବା ପାଇଁ ଏହା ଏକ ପ୍ରେରଣା ବୋଲି କହିଛନ୍ତି ଅଧିକାରୀ। ସରପଞ୍ଚଙ୍କ ପ୍ରେରଣାରେ ଗ୍ରାମବାସୀଙ୍କ ଦ୍ୱାରା ଏଭଳି କାର୍ଯ୍ୟକ୍ରମ ପୋଲିସ ବିଭାଗକୁ ଯଥେଷ୍ଟ ଆତ୍ମସନ୍ତୋଷ ପ୍ରଦାନ କରିଛି ଓ ସେଥିପାଇଁ ସେମାନେ ଗର୍ବିତ ବୋଲି କହିଛନ୍ତି ସଦର ଥାନା ଅଧିକାରୀ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details