କେନ୍ଦ୍ରାପଡ଼ା:କେଉଁଠି ରଜ ମଉଜ ଚାଲିଛି ତ କେଉଁଠି କାନ୍ଦ ବୋବାଳିରେ ଘର ଫାଟି ପଡୁଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ । ସୋମବାର ଏହି ଗ୍ରାମର 60 ବର୍ଷ ବୟସ୍କ ପୁରୁଷୋତ୍ତମ ଧଳ ନଦୀରେ ଗାଧୋଉଥିବାବେଳେ ହଠାତ ଏକ ବିରାଟକାୟ କୁମ୍ଭୀର ପୁରୁଷୋତ୍ତମକୁ ନଦୀଗର୍ଭକୁ ଟାଣି ନେଇଯାଇଥିଲା । ଖବରପାଇ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁରୁଷୋତ୍ତମଙ୍କର କୌଣସି ପତ୍ତା ମିଳିନାହିଁ ।
ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆକ୍ରମଣରେ ଜୀବନହାନି ହେଉଥିବାବେଳେ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।