ଓଡିଶା

odisha

ETV Bharat / state

ପୂର୍ଵ ଶତ୍ରୁତାରୁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଥାନାରେ ଏତଲା - kendrapada news

ତନ୍ତିଆପାଳ ସାମୁଦ୍ରିକ ଥାନା କୁଳନାଞ୍ଜୁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଘର ଜାଳିଦେଲା ଦୁବୃର୍ତ୍ତ । ପଢନ୍ତୁ ଅଧିକ....

ପୂର୍ଵ ଶତ୍ରୁତାରୁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଥାନାରେ ଏତଲା
ପୂର୍ଵ ଶତ୍ରୁତାରୁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଥାନାରେ ଏତଲା

By

Published : Jan 19, 2021, 10:02 PM IST

କେନ୍ଦ୍ରାପଡ଼ା: ତନ୍ତିଆପାଳ ସାମୁଦ୍ରିକ ଥାନା କୁଳନାଞ୍ଜୁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦକୁ ନେଇ ଜଣେ ମହିଳାଙ୍କ ଘରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏନେଇ ତନ୍ତିଆପାଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ପୂର୍ଵ ଶତ୍ରୁତାରୁ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଥାନାରେ ଏତଲା

କୁଳନାଞ୍ଜୁରା ଗ୍ରାମର ନିର୍ମଳା ବିଶ୍ବାଳଙ୍କୁ ଗତକାଲି ସକାଳୁ ସେହି ଗ୍ରାମର ଜଣେ ବ୍ୟକ୍ତି ଜୀବନରୁ ମାରି ଦେବାକୁ ଏବଂ ଘର ପୋଡି ଦେବାକୁ ଧମକ ଦେଇଥିଲା । ତେବେ ବିଳମ୍ବିତ ରାତିରେ ନିର୍ମଳାଙ୍କ ଘରେ ନିଆଁ ଲାଗି ତିନି ବଖରା ଚାଳ ଛପର ଘର ସଂପୂର୍ଣ୍ଣ ପୋଡି ଭସ୍ମୀଭୂତ ହୋଇଯାଇଛି । ନିର୍ମଳାଙ୍କର ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହିତ ସମସ୍ତ ଜରୁରୀ କାଗଜପତ୍ର ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।

ନିର୍ମଳାଙ୍କୁ ଧମକ ଦେଇଥିବା ଲୋକ ନାମରେ ନିର୍ମଳା ଏତଲା ଦେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟରେ ଲାଞ୍ଜୁରା ସରପଞ୍ଚ ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ସହିତ ପାଲ ଯୋଗାଇ ଦେଇଥିବା ଜଣାପଡିଛି ଏବଂ କିଛି ସ୍ବେଛାସେବୀ ଅନୁଷ୍ଠାନ ମଧ୍ୟ ଅଗ୍ନି ବିପନ୍ନ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details