କେନ୍ଦ୍ରାପଡ଼ା: ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ଘର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଳକ ଅଚ୍ୟୁତପୁର ଗ୍ରାମରେ ବାସ କରୁଥିବା କ୍ଷୀରୋଦ ମହାନ୍ତିଙ୍କ ଘରେ । ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୨ ବଖରା ଘର ଓ ଧାନ ଚାଉଳ ସହ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହେଇଯାଇଛି ଏବଂ ଜଣେ ଆହତ ମଧ୍ୟ ହୋଇଛନ୍ତି ।
ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ - କେନ୍ଦ୍ରାପଡ଼ା ରାଜକନିକା ବ୍ଳକ
କେନ୍ଦ୍ରାପଡ଼ା ରାଜକନିକା ବ୍ଳକରେ ଅଭାବନୀୟ ଘଟଣା । ଗ୍ୟାସ ଟାଙ୍କି ଫାଟି ଜଳିଗଲା 2 ବଖରା ଘର ସହ ସମସ୍ତ ଆସବାବପତ୍ର । ଅଧିକ ପଢନ୍ତୁ...
![ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ The gas tank exploded in kendrapara](https://etvbharatimages.akamaized.net/etvbharat/prod-images/768-512-6998152-thumbnail-3x2-fire.jpg)
ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ, ଜଳିଗଲା ଘର
ଗ୍ୟାସ ଟାଙ୍କି ଫାଟି ବିସ୍ଫୋରଣ, ଜଳିଗଲା ଘର
ଗ୍ୟାସ ଟାଙ୍କି ବିସ୍ଫୋରଣର ମାତ୍ରା ଏପରି ଥିଲା ଯେ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଭୟର ବାତବାରଣ ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ନିକଟରେ ଥିବା ଅନ୍ୟଏକ ଘରର ନଷ୍ଟ ହେଇଯାଇଥିବା ସୂଚନା ମିଳିଛି । ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ