ଓଡିଶା

odisha

ETV Bharat / state

ଆକଏନ ଓଡିଶା ଚାପଟରର ଚତୁର୍ଥ ବାର୍ଷିକୀ ଉତ୍ସବ ପାଳିତ - ଗାଁ ଚାଲ ଆକଏନ ଓଡିଶା

‘ଗାଁ ଚାଲ’ ଭଳି ଏକ ନିଆରା ନାରା ଦେଇ ଆସୋସିଏସନ ଅଫ କମ୍ୟୁନିଟି ଓପଥାଲମୋଲୋଜିଷ୍ଟସ ଅଫ ଇଣ୍ଡିଆ(ଆକଏନ) ଓଡିଶା ଚାପଟରର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ଆକଏନ ଓଡିଶା ଚାପଟରର ଚତୁର୍ଥ ବାର୍ଷିକୀ ଉତ୍ସବ ପାଳିତ
ଆକଏନ ଓଡିଶା ଚାପଟରର ଚତୁର୍ଥ ବାର୍ଷିକୀ ଉତ୍ସବ ପାଳିତ

By

Published : Apr 17, 2022, 10:07 PM IST

କେନ୍ଦ୍ରାପଡା: ‘ଗାଁ ଚାଲ’ ଭଳି ଏକ ନିଆରା ନାରା ଦେଇ ଆସୋସିଏସନ ଅଫ କମ୍ୟୁନିଟି ଓପଥାଲମୋଲୋଜିଷ୍ଟସ ଅଫ ଇଣ୍ଡିଆ(ଆକଏନ) ଓଡିଶା ଚାପଟରର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଜାତୀୟ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା ସମସ୍ତ ଚକ୍ଷୁ ବିଶେଷଜ୍ଞ ମାନଙ୍କ ଦ୍ବାରା ଏହି ସମ୍ମିଳନୀରେ କିପରି ଗ୍ରାମାଞ୍ଚଳରେ ଲୋକମାନଙ୍କ ଚକ୍ଷୁ ସଂକ୍ରାନ୍ତୀୟ ପରୀକ୍ଷା କରାଯିବ, ମୋତିଆବିନ୍ଦୁ ପରୀକ୍ଷା କରାଯିବ ଏବଂ କେବଳ ଚକ୍ଷୁ ନୁହେଁ, ଅନ୍ୟ ସବୁ ଡାକ୍ତରୀ ସୁବିଧା ଦିଆଯାଇପାରିବ ସେବିଷୟରେ ଆଲୋଚନା ହୋଇଥିଲା ।

ଆକଏନ ଓଡିଶା ଚାପଟରର ଚତୁର୍ଥ ବାର୍ଷିକୀ ଉତ୍ସବ ପାଳିତ

କେନ୍ଦ୍ରାପଡାର ସୁଯୋଗ୍ୟ ଡାକ୍ତର ତଥା କେନ୍ଦ୍ରାପଡା ବ୍ଲକରେ ଥିବା ବସନ୍ତ କୁମାରୀ ଚକ୍ଷୁ ଚିକିତ୍ସାଳୟର ଡଃ ବିମଳ କୁମାର ତ୍ରିପାଠୀ ଏବଂ ସରୋଜ ତ୍ରିପାଠୀଙ୍କ ଆନୁକୂଲ୍ୟରେ ଏହି କନଫରେନ୍ସ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେବା ସହ 15 ରାଜ୍ୟରୁ ଚକ୍ଷୁ ବିଶେଷଜ୍ଞ ମାନେ ଏବଂ ରାଜ୍ୟର ବିଭିନ୍ନ ଡାକ୍ତରୀ କଲେଜର ୨୧ ଜଣ ପିଜି ଛାତ୍ରଛାତ୍ରୀ ଯୋଗ ଦେଇ ଚକ୍ଷୁ ସମ୍ବନ୍ଧୀୟ ଆଲୋଚନା କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details