ଓଡିଶା

odisha

ETV Bharat / state

୨୭୪ ପ୍ରବାସୀ ଶ୍ରମିକଙ୍କୁ ଧରି କେନ୍ଦ୍ରାପଡ଼ାରେ ପହଁଚିଲା ବସ - ପ୍ରବାସୀ ଶ୍ରମିକ

କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ୨୭୪ଜଣ ପ୍ରବାସୀ ଶ୍ରମିକ ଆଜି(ରବିବାର) ସକାଳେ ଖୋର୍ଦ୍ଧା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ 11ଟି ବସ ଯୋଗେ କେନ୍ଦ୍ରାପଡ଼ା ନିଆଯାଇଥିଲା । ଅଧିକ ପଢନ୍ତୁ...

The bus reached in kendrapara, carrying 274 migrant workers
୨୭୪ ପ୍ରବାସୀ ଶ୍ରମିକଙ୍କୁ ଧରି କେନ୍ଦ୍ରାପଡ଼ାରେ ପହଁଚିଲା ବସ

By

Published : May 3, 2020, 4:39 PM IST

କେନ୍ଦ୍ରାପଡ଼ା: ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏପରି ସ୍ଥିତିରେ କେରଳରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ୨୭୪ଜଣ ପ୍ରବାସୀ ଶ୍ରମିକ ଆଜି(ରବିବାର) ସକାଳେ ଖୋର୍ଦ୍ଧା ରେଲୱେ ଷ୍ଟେସନରେ ପହଞ୍ଚିଥିଲେ ।

୨୭୪ ପ୍ରବାସୀ ଶ୍ରମିକଙ୍କୁ ଧରି କେନ୍ଦ୍ରାପଡ଼ାରେ ପହଁଚିଲା ବସ

ପରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ସେମାନଙ୍କୁ ପୃଥକୀକରଣ କରି ୧୧ଟି ବସ ସାହାଯ୍ୟରେ କେନ୍ଦ୍ରାପଡ଼ାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟି ଅଞ୍ଚଳକୁ ପଠାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ବସ ଗୁଡିକୁ ବିଭିନ୍ନ ବ୍ଲକ ହେଡ କ୍ବାର୍ଟରକୁ ପଠାଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details