ଓଡିଶା

odisha

ETV Bharat / state

ଭାରତୀୟ ସେନା ଏକାଡେମୀରେ ସ୍ଥାନ ପାଇବ ଓଡ଼ିଆ ପୁଅର କଳାକୃତି - odisha statue in Indian Military Academy

ସେନା ଏକାଡେମୀରେ ସ୍ଥାନ ପାଇବ ଓଡିଶାର କଳାକୃତି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାହି ଗାଁରେ ଯୁବ କାରିଗର ତ୍ରିଲୋଚନ ଓ ତାଙ୍କ ସହଯୋଗୀ ଏକାଠି ହୋଇ ଲାଗିଛନ୍ତି ଭାରତୀୟ ସେନାର ବିରତ୍ୱ ପ୍ରଦର୍ଶନ କରୁଥିବା ମୂର୍ତ୍ତି ନିର୍ମାଣ କାମରେ। ଅଧିକ ପଢନ୍ତୁ...

ଭାରତୀୟ ସେନା ଏକାଡେମୀ(IMA)ରେ ସ୍ଥାନ ପାଇବ ଓଡ଼ିଆ ପୁଅର ମୂର୍ତ୍ତି
ଭାରତୀୟ ସେନା ଏକାଡେମୀ(IMA)ରେ ସ୍ଥାନ ପାଇବ ଓଡ଼ିଆ ପୁଅର ମୂର୍ତ୍ତି

By

Published : Jul 30, 2021, 8:01 PM IST

କେନ୍ଦ୍ରାପଡା: ଓଡ଼ିଆ ଶିଳ୍ପୀଙ୍କ ଚମକ। ସେନା ଏକାଡେମୀକୁ ଯିବ ବିରତ୍ୱ ପ୍ରଦର୍ଶିତ ମୂର୍ତ୍ତି। ଭାରତୀୟ ସେନା ଏକାଡେମୀରେ ସ୍ଥାନ ପାଇବ ଓଡ଼ିଆ ଶିଳ୍ପୀଙ୍କ କଳାକୃତି। ଡେରାଡୁନର ସେନା ଏକାଡେମୀ ପକ୍ଷରୁ ଭାରତୀୟ ସେନାର ବିରତ୍ୱ ପ୍ରଦର୍ଶନ କରୁଥିବା ମୂର୍ତ୍ତି ନିର୍ମାଣ ପାଇଁ ଆଦେଶ ଆସିବା ପରେ ଏବେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି। ଆଉ ମୂର୍ତ୍ତି ନିର୍ମାଣ କାମରେ ମୁଖ୍ୟ ପୁରୋଧା ସାଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବ୍ରାହ୍ମଣସାହି ଗାଁର ଯୁବ କାରିଗର ତ୍ରିଲୋଚନ ବେହେରା।

ଭାରତୀୟ ସେନା ଏକାଡେମୀ(IMA)ରେ ସ୍ଥାନ ପାଇବ ଓଡ଼ିଆ ପୁଅର ମୂର୍ତ୍ତି

ଯୁବ କାରିଗର ତ୍ରିଲୋଚନ ଓ ସହଯୋଗୀ କାରିଗର ଏକାଠି ହୋଇ ଲାଗିଛନ୍ତି ଭାରତୀୟ ସେନାର ବିରତ୍ୱ ପ୍ରଦର୍ଶନ କରୁଥିବା ମୂର୍ତ୍ତି ନିର୍ମାଣ କାମରେ। ପ୍ରଥମେ ମାଟି ତା’ ପରେ ପ୍ଲାଷ୍ଟର ଅଫ ପ୍ୟାରିସର ମଣ୍ଡ ଓ ଫାଇବରର ଆସ୍ତରଣ ହୋଇ ତିଆରି ହୋଇଛି ଏହି ମୂର୍ତ୍ତି। ଏବେ ଚାଲିଛି ମସୃଣ କରାଯିବାର କାମ ତା’ ପରେ ରଙ୍ଗ କରାଯିବ। ଆଉ ଏସବୁ ମୂର୍ତ୍ତି ଡେରାଡୁନ ଓ ପରେ ମହୀସୁର ଠାରେ ଥିବା ସେନା ଏକାଡେମୀ(IMA)କୁ ଯିବ। ଆଉ ଦେଶ ଦେଖିବ ଓଡ଼ିଆ କାରିଗରଙ୍କ କୀର୍ତ୍ତି। ତେଣୁ, ଶିଳ୍ପିମାନେ ଏଭଳି କଳାକୃତି ଜରିଆରେ ରାଜ୍ୟ ପାଇଁ ଗୌରବ ଆଣିବା ଦିଗରେ ନିଜର କଳା ନିପୁଣତାକୁ ଦେଉଛନ୍ତି ପ୍ରାଥମିକତା। ପ୍ରଥମ ଥର ପାଇଁ ଭାରତୀୟ ସେନାର ବାହାଦୂର ମାନଙ୍କୁ ମୂର୍ତ୍ତି ମଧ୍ୟରେ ପରିପ୍ରକାଶ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଯୁବ କାରିଗର ତ୍ରିଲୋଚନ।

ଟିଣ ଛପର ଘର ଭିତରେ ଗଢ଼ା ଚାଲିଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ। ତିଆରି ହୋଇଛି ଚାଣକ୍ୟ, ଦ୍ରୋଣାଚାର୍ଯ୍ୟ, ଭଗବାନ ବିଷ୍ଣୁ, ବରାହ, ନରସିଂହ, ବାମନ ଓ ପର୍ଶୁରାମଙ୍କ ମୃତ୍ତି। ୧୯୭୧ ଯୁଦ୍ଧ ଓ ଏଥିସହ ଯୁଦ୍ଧ ସମୟରେ ସେନା ବାହୀନର ଗତିବିଧିକୁ ଜୀବନ୍ୟାସ ଦେଇଛନ୍ତି ଯୁବ କାରିଗର ତିଲୋଚନ ଓ ତାଙ୍କ ଟିମ। ତ୍ରିଲୋଚନ ଦୀର୍ଘ ୧୫ବର୍ଷ ହେବ ପେଶାଦାର କାରିଗର ଭାବେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ନିଖୁଣ କାରିଗରୀ ପାଇଁ ରାଜ୍ୟ ବାହାରୁ ମୂର୍ତ୍ତି ନିର୍ମାଣ ପାଇଁ ବହୁ ଆଦେଶ ଆସୁଛି। ଆଉ ତ୍ରିଲୋଚନଙ୍କ ଏଭଳି କାରୁକାର୍ଯ୍ୟ ପାଇଁ ପରିବାର ଓ ଗ୍ରାମବାସୀ ସମେତ ଓଡିଶାବାସୀ ବେଶ ଗର୍ବ ଅନୁଭବ କରନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details