କେନ୍ଦ୍ରାପଡ଼ା: ଜିଲ୍ଲାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱରେ ଥିବା ଘରୋଇ କମ୍ପାନୀ 'ଏନଜେନ'ରେ ଦେଖାଦେଇଛି କର୍ମଚାରୀ ଅସନ୍ତୋଷ। ବିଭିନ୍ନ ଦାବି ବାବଦରେ ଠିକା କର୍ମଚାରୀ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ହେଁ ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି କର୍ମଚାରୀ।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ଶତାଧିକ ଠିକା କର୍ମଚାରୀ ଗରାପୁରସ୍ଥିତ ଏନଜେନ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମସ୍ତେ ଦାବିପତ୍ର ଦେବାକୁ ଏକତ୍ରିତ ହୋଇଥିବାବେଳେ ପୂର୍ବରୁ ଖବର ପାଇ କମ୍ପାନୀ କର୍ତ୍ତୃପକ୍ଷ ସେଠାରୁ ଖସି ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀ ସଭାପତି ଦେବଦାସ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଫାଟକ ଆଗରେ ଧାରଣାରେ ବସିଥିଲେ।