ଓଡିଶା

odisha

ETV Bharat / state

ମ୍ୟାଟ୍ରିକ ସାର୍ଟିଫିକେଟ ପାଇଁ ଟଙ୍କା ଦାବି କରୁଛନ୍ତି ଶିକ୍ଷକ - Teachers are demanding money

ଚଳିତବର୍ଷ ଶେଷ ହୋଇଥିବା ବାର୍ଷିକ ହାଇସ୍କୁଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଭିଜନାଲ, ମାର୍କସିଟ ଓ ଲିଭିଙ୍ଗ ସାର୍ଟିଫିକେଟ ନେବା ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଭାତପଡାସ୍ଥିତ ନିଳକଣ୍ଠେଶ୍ୱର ହାଇସ୍କୁଲର କ୍ରୀଡା ଶିକ୍ଷକ ବିଭାସ ରାଉତରାୟ ସାର୍ଟିଫିକେଟ ଦେବା ପାଇଁ ଶହେ ଟଙ୍କା ଲେଖାଏଁ ଛାତ୍ରଛାତ୍ରୀ ମାନଙ୍କଠାରୁ ଦାବି କରିଥିଲେ ।

Vମ୍ୟାଟ୍ରିକ ସାର୍ଟିଫିକେଟ ପାଇଁ ଟଙ୍କା ଦାବି କରୁଛନ୍ତି ଶିକ୍ଷକ
ମ୍ୟାଟ୍ରିକ ସାର୍ଟିଫିକେଟ ପାଇଁ ଟଙ୍କା ଦାବି କରୁଛନ୍ତି ଶିକ୍ଷକ

By

Published : Sep 10, 2020, 10:32 PM IST

କେନ୍ଦ୍ରାପଡ଼ା:ହାଇସ୍କୁଲ ସାର୍ଟିଫିକେଟ ପାଇଁ ଟଙ୍କା ଆଦାୟ କରୁଛନ୍ତି ଶିକ୍ଷକ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗରଠାରେ । ଚଳିତବର୍ଷ ଶେଷ ହୋଇଥିବା ବାର୍ଷିକ ହାଇସ୍କୁଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଭିଜନାଲ, ମାର୍କସିଟ ଓ ଲିଭିଙ୍ଗ ସାର୍ଟିଫିକେଟ ନେବା ସମ୍ପୂର୍ଣ୍ଣ ଦେୟମୁକ୍ତ ହୋଇଥିଲେ ମଧ୍ୟ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଭାତପଡାସ୍ଥିତ ନିଳକଣ୍ଠେଶ୍ୱର ହାଇସ୍କୁଲର କ୍ରୀଡା ଶିକ୍ଷକ ବିଭାସ ରାଉତରାୟ ସାର୍ଟିଫିକେଟ ଦେବା ପାଇଁ ଶହେ ଟଙ୍କା ଲେଖାଏଁ ଛାତ୍ରଛାତ୍ରୀ ମାନଙ୍କଠାରୁ ଦାବି କରିଥିଲେ ।

ମ୍ୟାଟ୍ରିକ ସାର୍ଟିଫିକେଟ ପାଇଁ ଟଙ୍କା ଦାବି କରୁଛନ୍ତି ଶିକ୍ଷକ

ଛାତ୍ରଛାତ୍ରୀ ମାନଙ୍କଠାରୁ ଏହି ଟଙ୍କା ରଖିବା ପାଇଁ ତାଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ରାୟ ନିର୍ଦ୍ଦେଶ ଦେଇଥିବା କହିଥିଲେ । ଟଙ୍କା ନଦେଲେ ସାର୍ଟିଫିକେଟ ନାହିଁ ବୋଲି ରୋକଠୋକ କହିଥିବା ନେଇ ଜନୈକ ଛାତ୍ର ଅଭିଯୋଗ କରିଛନ୍ତି । ଏନେଇ ଆମେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀକାନ୍ତ ରାୟଙ୍କୁ ଯୋଗାଯୋଗ କରିବା ପରେ ସେ କହଛନ୍ତି ଯିବା ଆସିବା ଖର୍ଚ୍ଚ ପରି ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆମେ ଏହି ଟଙ୍କା ଆଦାୟ କରୁଛୁ । ଖୁସିରେ ପିଲାମାନେ ଦେଉଛନ୍ତି । ସେପଟେ କିନ୍ତୁ ସାର୍ଟିଫିକେଟ ପାଇଁ ଟଙ୍କା ନେବା ଘଟଣାରେ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details