ଓଡିଶା

odisha

ETV Bharat / state

ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ - ଧର୍ମ ପରିବର୍ତ୍ତନ ଅଭିଯୋଗ

ଲୋଭ ଦେଖାଇ ତାଳଚୁଆ ଅଞ୍ଚଳରେ ଲୋକଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

religion change
religion change

By ETV Bharat Odisha Team

Published : Dec 2, 2023, 1:34 PM IST

religion change

କେନ୍ଦ୍ରାପଡା:ଜିଲ୍ଲାରେ ଚାଲିଛି ଧର୍ମ ପରିବର୍ତ୍ତନ । ଉପକୂଳବର୍ତ୍ତୀ ତାଳଚୁଆ ଅଞ୍ଚଳରେ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଉଛନ୍ତି ଜଣେ ଶିକ୍ଷକ । ପ୍ରଥମେ ପୂଜାପାଠ ଆଉ ମନ୍ତ୍ର ପାଣି ଝିଞ୍ଚି କରାଯାଉଛି ଶୁଦ୍ଧ । ଏହା ପରେ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ କରାଯାଉଛି ପରିବର୍ତ୍ତନ । ବିଭିନ୍ନ ଲୋଭ ଦେଖାଇ ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରେ ବସବାସ କରୁଥିବା ନିରୀହ ଅଧିବାସୀଙ୍କ ଧର୍ମବର୍ତ୍ତନ କରାଯାଉଥିବା ଅଭିଯୋଗ ହୋଇଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କେରୁଆପାଳ ପଞ୍ଚାୟତ ସାର ରାଜେନ୍ଦ୍ରପୁର ଗ୍ରାମରେ ଗତ ନଭେମ୍ବର ମାସରେ କିଛି ଲୋକଙ୍କୁ ନିଜ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ଏଥିରେ ମାଷ୍ଟରମାଇଣ୍ଡ ସାଜିଛନ୍ତି ସ୍ଥାନୀୟ ରାମଚନ୍ଦ୍ର ପ୍ରଧାନ ଓ ମଞ୍ଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟଧର ପରମାଣିକ । ରାମଚନ୍ଦ୍ର ପ୍ରଧାନଙ୍କ ପୁରା ପରିବାର ପୂର୍ବରୁ ଧର୍ମ ପରିବର୍ତ୍ତନ କରିସାରିଛନ୍ତି । ସେ ଜଣେ ରାଜନୀତିଜ୍ଞ ଭାବେ ଜଣାଶୁଣା ଥିବାରୁ ଲୋକମାନଙ୍କୁ ରାସନ କାର୍ଡ, ଭତ୍ତା ଓ ଆର୍ଥିକ ପ୍ରଲୋଭନ ଦେଖାଇ ଧର୍ମାନ୍ତୀକରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ-ଧର୍ମ ପରିବର୍ତ୍ତନ କରୁଥିବା ହିନ୍ଦୁଙ୍କୁ ସଂରକ୍ଷଣ ଓ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ

ସରକାରୀ ଶିକ୍ଷକ ଭାଗ୍ୟଧର ପରମାଣିକଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ଗାଁର କିଛି ବୁଦ୍ଧିଜୀବୀ ମାନଙ୍କୁ ଧର୍ମଗ୍ରନ୍ଥ ପଢାଉଛନ୍ତି। ନବେ ଦଶକରୁ ଏହି ବଙ୍ଗୀୟ ଅଞ୍ଚଳରେ ଧର୍ମାନ୍ତକରଣ ଜାରି ରହିଛି ବୋଲି ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଧର୍ମାନ୍ତରିକରଣ ପାଇଁ ପ୍ରଶାସନିକ କୌଣସି ଅଙ୍କୁଶ ନଥିବା କାରଣରୁ ନିରିହ ଲୋକମାନଙ୍କୁ ପ୍ରଲୋଭିତ କରି ଏଭଳି କାର୍ଯ୍ୟ କରାଯାଉଛି। ଏହି ବଙ୍ଗୀୟ ଅଞ୍ଚଳରେ ଆର୍ଥିକ ପ୍ରଲୋଭନ ସାଙ୍ଗକୁ ଧାର୍ମିକ ସଚେତନତା ଅଭାବ ହେତୁ ଅନେକ ମହିଳାଙ୍କ ଧର୍ମ ପରିବର୍ତ୍ତନ କରାଯାଇ ଅନ୍ୟ ଧର୍ମରେ ସାମିଲ କରାଯାଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଧର୍ମ ପରିବର୍ତ୍ତନ କରିବାକୁ ଅମଙ୍ଗ ହେବାରୁ ପିଲାଙ୍କୁ ମାଡ ମାରିଲା ମାଆ, ଥାନାରେ ଅଭିଯୋଗ

ଅନ୍ୟପଟେ ଏହି ତାଳଚୁଆ ଅଞ୍ଚଳଟି ମୁଦ୍ର ତଟବର୍ତ୍ତୀ ବଙ୍ଗୀୟ ସମୁଦାୟ ଅଞ୍ଚଳ ହୋଇଥିବାରୁ ନିର୍ଭୟରେ ଏଠାରେ ଧର୍ମ ପରିବର୍ତ୍ତନ ପ୍ରଚାର ପାଇଁ ଏହାକୁ ବାଛି ନେଇଛନ୍ତି ଧର୍ମାନ୍ତରୀକରଣ କରାଉଥିବା ବ୍ୟକ୍ତିବିଶେଷ । ଏହି ଧର୍ମାନ୍ତରୀକରଣ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ପୃକ୍ତ ଶିକ୍ଷକ ଓ ସ୍ଥାନୀୟ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details