ଓଡିଶା

odisha

ETV Bharat / state

ଅଧାବାଟରେ ଅଟକିଛି ବ୍ରହ୍ମ ତାଳଧ୍ଵଜ, ହାଇଡ୍ରା ମେସିନର ନିଆଗଲା ସହାୟତା - ରଥଯାତ୍ରା 2022

ତୃତୀୟ ଦିନରେ ମଧ୍ୟ ଗଡି ପାରିଲା ନାହିଁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଦେଵୋତ୍ତର ବିଭାଗ 50 ମିଟର ଆଗରେ ଅଟକି ରହିଛି ରଥ । ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ରଥ ନଗଡ଼ିବା କାରଣରୁ ଭକ୍ତ ମନରେ ଦୁଃଖ । ଅଧିକ ପଢନ୍ତୁ

ଅଟକିଛି ବ୍ରହ୍ମ ତାଳଧ୍ଵଜ ହୋଇପାରିନାହିଁ ଜନ୍ମବେଦୀକୁ ବିଜେ
ଅଟକିଛି ବ୍ରହ୍ମ ତାଳଧ୍ଵଜ ହୋଇପାରିନାହିଁ ଜନ୍ମବେଦୀକୁ ବିଜେ

By

Published : Jul 4, 2022, 8:39 AM IST

କେନ୍ଦ୍ରାପଡା:ଆଷାଢ଼ ଶୁକ୍ଳ ଚତୁର୍ଥୀ ତିଥିରେ ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉ । ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଆଗରୁ ଘୁଞ୍ଚୁନାହିଁ । ସବୁ ବଳ, କଳ କୌଶଳ ପରେ ତୃତୀୟ ଦିନରେ ରଥକୁ ଆଗକୁ ନେବାକୁ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ । 2 ବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହୋଇଛନ୍ତି ହେଲେ ରଥ ଅଟକି ଥିବାରୁ ଭକ୍ତ ଦୁଃଖରେ ମ୍ରିୟମାଣ ହୋଇଛନ୍ତି ।

ଅଟକିଛି ବ୍ରହ୍ମ ତାଳଧ୍ଵଜ ହୋଇପାରିନାହିଁ ଜନ୍ମବେଦୀକୁ ବିଜେ

ଦେଵୋତ୍ତର ବିଭାଗ 50 ମିଟର ଆଗରେ ଅଟକି ରହିଛି ରଥ । ପ୍ରଶାସନର ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ରଥ ନଗଡ଼ିବା କାରଣରୁ ଭକ୍ତ ମନରେ ଦୁଃଖ। ସନ୍ଧ୍ୟାରେ ପାରାଦ୍ୱୀପରୁ ହାଇଡ୍ରୋଲିକ ମେସିନ ଦ୍ୱାରା ରଥକୁ ଘୁଞ୍ଚାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା ମଧ୍ୟ ଶେଷ ହୋଇପାରିନାହିଁ । ଗତ ଦୁଇବର୍ଷ ହେବ ମହାପ୍ରଭୁଙ୍କ ରଥଯାତ୍ରା ନହେବା ଯୋଗୁଁ ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗତକାଲି (ରବିବାର) ଦିନ 3 ଟାରେ ରଥ ଟଣା ଆରମ୍ଭ ହୋଇଥିବା ବେଳେ ଦେଵୋତ୍ତର ବିଭାଗ ପାଖରୁ 50 ମିଟର ଦୂରରେ ରଥ ଗଡ଼ିଲା ପରେ ବାମ ପାର୍ଶ୍ଵ ଫୁଟଫାଥ ଉପରେ ରଥ ଚଢ଼ିଯିବାରୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ରଥ ଗଡିବାକୁ ସକ୍ଷମ ହୋଇନଥିଲା । ନିରାଶ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ୱୀପର ରେଳ ବିଭାଗ ପକ୍ଷରୁ ଇଞ୍ଜିନିୟରମାନେ ଆସି ରଥକୁ ଘୁଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏ ସଫଳ ହୋଇନାହାନ୍ତି ।

ଅପରପକ୍ଷରେ ଦୁଇଦିନରେ ଯେଉଁ ରଥଟଣା ଵିଧି ଅନୁଯାୟୀ ଶେଷ ହେବା କଥା ଏପର୍ଯ୍ୟନ୍ତ ରଥଟଣା ନହେବା ଯୋଗୁଁ ଭକ୍ତମାନେ ମଧ୍ୟ କ୍ଷୋଭ ପ୍ରକାଶ ପାଇଛି । ଆଷାଢ଼ ଶୁକ୍ଳ ଚତୁର୍ଥୀ ତିଥିରେ ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉ। ଚଳିତବର୍ଷ ଏହି ପରମ୍ପରା ଭଙ୍ଗ ହୋଇଛି । ଗତକାଲି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ରହିଥିବା ବେଳେ ତ୍ରୁଟିଯୁକ୍ତ ରଥ ନିର୍ମାଣ ସହ ବର୍ଷା ଓ ଘଡଘଡି ମହାପ୍ରଭୁଙ୍କ ମାଉସୀ ମା' ଘରକୁ ବିଜେରେ ବ୍ୟତିକ୍ରମ ହୋଇଇଛି। ପ୍ରଥମ ଦିନ ବ୍ରହ୍ମ ତାଳଧ୍ଵଜ ରଥ ପରମ୍ପରା ଅନୁଯାୟୀ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ନିକଟରେ ଅଟକି ଥିବା ବେଳେ ଦ୍ଵିତୀୟ ଦିନ ଅର୍ଥାତ ଶନିବାର ରଥ ଦେବୋତ୍ତର ବିଭାଗ ପାଖରୁ ମାତ୍ର ୫୦ମିଟର ଦୂରରେ ଇଲେକ୍ଟ୍ରିକ ଖୁଣ୍ଟ ପାଇଁ ଏବଂ ରଥ ବାମ ମୋଡ଼ ନେଇଥିବାରୁ ଅଟକି ରହିଥିଲା ।

ପୁନର୍ବାର ରବିବାର ପୂର୍ବାହ୍ନ ୧୦ ଘଟିକାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତ୍ରୁଟିଯୁକ୍ତ ରଥ ନିର୍ମାଣ ଏବଂ ରଥ ପୂର୍ବଦିନ ଭଳି ବାମ ମୋଡ଼ ନେବାରୁ ରଥ ମାତ୍ର ୨୦ମିଟର ପରେ ଅଟକି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରଥକୁ ଗୁଣ୍ଡିଚା ମାଉସୀ ମନ୍ଦିର ପର୍ଯ୍ୟନ୍ତ ନେବାପାଇଁ ଆପ୍ରାଣ ଉଦ୍ୟମ ସ୍ୱରୂପ ହାଇଡ୍ରା ମେସିନ, ରଥ ଉଠାଇବା ପାଇଁ ଜଗ ସମେତ ରେଲୱେ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନଙ୍କ ଦ୍ୱାରା ବୁଦ୍ଧି ପ୍ରୟୋଗ କରାଯାଇଥିଲେ ମଧ୍ୟ ରଥ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ସ୍ଥାନରୁ ଗୋଟିଏ ଇଞ୍ଚ ମଧ୍ୟ ଆଗକୁ ଯାଇପାରିନଥିଲା। ତେବେ ରଥଟଣା ଓ ପହଣ୍ଡିରେ ବିଭ୍ରାଟକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ ମାନଙ୍କ ବୈଠକ ପରେ ଆଜି (ସୋମବାର) ସକାଳ ୧୦ ଘଟିକା ଠାରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଶ୍ରୀଜିଉ ମାନଙ୍କ ଆଡ଼ପ ମଣ୍ଡପ ବିଜେ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ତେବେ ରଥ ନଚାଲିବା ପଛରେ ବୈଷୟିକ ତ୍ରୁଟି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ କହିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details