ଓଡିଶା

odisha

ETV Bharat / state

ସାମୁଦ୍ରିକ ଥାନାଧିକାରୀଙ୍କ ମହାନତା, ବୃଦ୍ଧାଙ୍କୁ କାନ୍ଧରେ ବୋହି ନେଲେ ସୁରକ୍ଷିତ ସ୍ଥାନ - କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନାଧିକାରୀ

ବରିଷ୍ଠ ନାଗରିକଙ୍କୁ ଭାରରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇ ପ୍ରଶଂସା ସାଉଁଟିଲେ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ଶ୍ରୀକାନ୍ତ ବାରିକ । ଅଧିକ ପଢନ୍ତୁ...

ସାମୁଦ୍ରିକ ଥାନାଧିକାରୀଙ୍କ ମହାନତା, ବୃଦ୍ଧାଙ୍କୁ କାନ୍ଧରେ ବୋହି ନେଲେ ସୁରକ୍ଷିତ ସ୍ଥାନ
ସାମୁଦ୍ରିକ ଥାନାଧିକାରୀଙ୍କ ମହାନତା, ବୃଦ୍ଧାଙ୍କୁ କାନ୍ଧରେ ବୋହି ନେଲେ ସୁରକ୍ଷିତ ସ୍ଥାନ

By

Published : May 25, 2021, 12:15 PM IST

କେନ୍ଦ୍ରାପଡ଼ା: ନିଜର ଲୋକାଭିମୁଖୀ କାମ ପାଇଁ ସଦାସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନାଧିକାରୀଙ୍କ ମହାନ କାମ । ଜଣେ ବରିଷ୍ଠ ନାଗରିକଙ୍କୁ ଭାରରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇ ପ୍ରଶଂସିତ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ଶ୍ରୀକାନ୍ତ ବାରିକ ।

ସାମୁଦ୍ରିକ ଥାନାଧିକାରୀଙ୍କ ମହାନତା, ବୃଦ୍ଧାଙ୍କୁ କାନ୍ଧରେ ବୋହି ନେଲେ ସୁରକ୍ଷିତ ସ୍ଥାନ

କେନ୍ଦ୍ରାପଡା ଜିଲ୍ଲାରେ ବାତ୍ୟା ୟାସ୍ ପ୍ରକୋପରେ ବର୍ଷା ପବନ ଜାରି ରହିଥିବା ବେଳେ ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ସମୁଦ୍ର ଉପକୂଳରେ ବସବାସ କରୁଥିବା ତାଳଚୁଆ, ବାଘମାରୀର ଅମରାବତୀରୁ ବିପଦସଙ୍କୁଳ ଅବସ୍ଥାରେ ୯୧ ବର୍ଷର ବୃଦ୍ଧାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ।

ରାଜ୍ୟସରକାରଙ୍କ ପକ୍ଷରୁ ଜିରୋ କ୍ୟାଜୁଆଲିଟି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏହି ଅଧିକାରୀଙ୍କ କାମ ସତରେ ପ୍ରଶଂସାଯୋଗ୍ୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details