କେନ୍ଦ୍ରାପଡା: ନିମ୍ବ ଗଛରୁ ଝରୁଛି କ୍ଷୀର । ଏଭଳି ଅଲୌକିକ ଘଟଣା ଦେଖାଦେଇଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅଧିନ ବୀରନୀଳକଣ୍ଠପୁର ଗାଁରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।
ବୀରନୀଳକଣ୍ଠପୁର ଗାଁର ମହେଶ୍ବର ଲେଙ୍କାଙ୍କ ଘର ଆଗରେ ପ୍ରାୟ 30 ବର୍ଷର ଗୋଟିଏ ନିମ୍ବ ଗଛ ରହିଛି। ସେହି ଗଛରୁ ପ୍ରାୟ 4 ଦିନ ହେବ ନିର୍ଗତ ହେଉଛି କ୍ଷୀର ଭଳି ଦେଖାଯାଉଥିବା ମିଠା ରସ। ନିମ୍ବ ଗଛରୁ ମିଠା ରସ ବାହାରିବା ଘଟଣା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିଦେଇଛି। ଏହି ନିମ୍ବ ଗଛରେ କିଛି ଅଲୌକିକ ଶକ୍ତି ରହିଥିବା ମହେଶ୍ବରଙ୍କ ପରିବାର ସମେତ ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି।