ଓଡିଶା

odisha

ETV Bharat / state

ସ୍ବାବ ସଂଗ୍ରହକାରୀ ଟିମକୁ ବନ୍ଧୁକ ମୁନରେ ଆକ୍ରମଣ

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପତରପୁର ଗାଁରେ କୋରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇବା ସହ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

ସ୍ବାବ ସଂଗ୍ରହକାରୀ ଟିମକୁ ବନ୍ଧୁକ ମୁନରେ ଆକ୍ରମଣ
ସ୍ବାବ ସଂଗ୍ରହକାରୀ ଟିମକୁ ବନ୍ଧୁକ ମୁନରେ ଆକ୍ରମଣ

By

Published : Jul 15, 2020, 10:16 AM IST

କେନ୍ଦ୍ରାପଡା: ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପତରପୁର ଗାଁରେ କୋରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇବା ସହ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ପତରପୁର ଗାଁକୁ କେନ୍ଦ୍ରାପଡା ଜିଲ୍ଲାରୁ ଏକ ଟିମ୍ ସ୍ବାବ ସଂଗ୍ରହ କରିବା ପାଇଁ ଆସିଥିଲା ।

ସ୍ବାବ ସଂଗ୍ରହକାରୀ ଟିମକୁ ବନ୍ଧୁକ ମୁନରେ ଆକ୍ରମଣ

ସ୍ବାବ ସଂଗ୍ରହ ଚାଲିଥିବା ସମୟରେ ହଠାତ ପତରପୁର ଗାଁର ବିଶ୍ବରଞ୍ଜନ ପରିଡା ସ୍ବାବ ସଂଗ୍ରହ କରୁଥିବା ଟିମକୁ ବନ୍ଧୁକ ଦେଖାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ତେବେ ଏହି ଟିମ୍ ଆଳି ଥାନାରେ ଅଭିଯୋଗ କରିଛି ।

ଏହା ପରେ ସ୍ବାବ ସଂଗ୍ରହ ଅଧାରୁ ବନ୍ଦ ରହିଛି । ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୋରୋନା ଯୋଦ୍ଧା କୁହାଯାଉଥିବା ସମୟରେ ଏଭଳି ଆକ୍ରମଣ ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details