ଓଡିଶା

odisha

ETV Bharat / state

ଅନ୍ଧବିଶ୍ୱାସ: କଦଳୀ ଭେଳାରେ ଭସାଇଲେ ମୃତଦେହ - କେନ୍ଦ୍ରାପଡା ଖବର

ଅନ୍ଧ ଗଳିରେ ଆଜିବି ମଣିଷ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତଦେହକୁ ଭସାଇଲେ କଦଳୀ ଭେଳାରେ । ଅଧିକ ପଢନ୍ତୁ...

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତଦେହକୁ ଭସାଇଲେ କଦଳୀ ଭେଳାରେ
ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତଦେହକୁ ଭସାଇଲେ କଦଳୀ ଭେଳାରେ

By

Published : Sep 24, 2021, 9:58 PM IST

Updated : Sep 24, 2021, 10:53 PM IST

କେନ୍ଦ୍ରାପଡା: ଅନ୍ଧ ଗଳିରେ ଆଜିବି ମଣିଷ । ପ୍ରଥା ପରମ୍ପରା ନାଁରେ ସମାଜକୁ ଦେଉଛି କୁସଂସ୍କାରର ବାର୍ତ୍ତା । ସାପ କାମୁଡ଼ାରେ ମୃତ୍ୟୁ ହେଲେ ମା'ମନସା ଦେବୀଙ୍କ ପାଇଁ ଉତ୍ସର୍ଗ କଲେ । ସେ ନିଶ୍ଚେ ଫେରିଆସିବ । ଏ ବିଶ୍ବାସ ନେଇ ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ମୃତଦେହକୁ ଭସାଇଲେ କଦଳୀ ଭେଳାରେ । ପ୍ରଥା ଆଉ ପରମ୍ପରାରେ ବିଶ୍ୱାସ କରି ଏଭଳି କରିଛନ୍ତି ବଙ୍ଗ ଭାଷାଭାଷୀ ଲୋକେ। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ଖରନାସି ୧୧ନମ୍ବର ୱାଡରେ ।

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମୃତଦେହକୁ ଭସାଇଲେ କଦଳୀ ଭେଳାରେ

ସୂଚନା ଅନୁଯାୟୀ ଗୁରୁବାର ଦିନ ୧୧ନମ୍ବର ୱାଡର ସୁଦାମ ଦାସଙ୍କ ବଡ ଝିଅ ପ୍ରିୟା ବିଳମ୍ବିତ ରାତିରେ ସମସ୍ତ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାମନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହକୁ ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପ୍ରିୟାକୁ ଘରକୁ ନେଇଆସିଥିଲେ ପରିବାର ଲୋକେ।

ତାପରେ ଆରମ୍ଭ ହୋଇଥିଲା ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ । ପ୍ରିୟାର ମୃତଦେହକୁ ପୋତିବା କିମ୍ବା ପୋଡିବା ପରିବର୍ତ୍ତେ ଗ୍ରାମବାସୀମାନେ ନିକଟସ୍ଥ ନଦୀରେ ଏକ କଦଳୀ ଭେଳାରେ ରଖି ଫୁଲରେ ସୁନ୍ଦର ଭାବରେ ସାଜସଜ୍ଜା କରି ଏକ ମଶାରୀ ଟାଣି ନଦୀରେ ଭସାଇ ଦେଇଥିଲେ । ସେଥିରେ ପ୍ରିୟାର ଆଧାର କାର୍ଡ, ଫଟୋ ସହିତ ତାର ବାପାଙ୍କ ନାମ ସହିତ ଠିକଣା ଏବଂ ମୋବାଇଲ ନମ୍ବର ଲେଖାଯାଇ କଦଳୀ ଭେଳାରେ ରଖାଯାଇଥିଲା ।

ପରିବାର ଲୋକେ ଆଶା ରଖିଛନ୍ତି ଜୀବିତ ହେବା ପରେ ଯିଏ ପ୍ରଥମେ ଝିଅକୁ ପାଇବେ । ସେ ଦିଆଯାଇଥିବା ଠିକଣାରେ ଯୋଗାଯୋଗ କରିବେ । ବଙ୍ଗ ଭାଷାଭାଷି ଲୋକ ମାନଙ୍କର ସର୍ପଦେବୀ ମା' ମନସା ଦେବୀଙ୍କ ଉପରେ ଅଗାଢ ବିଶ୍ବାସ ରହିଛି। କାହିଁ କେଉଁ କାଳରୁ ଏ ଦେବୀଙ୍କୁ ସେ ପୂଜା କରି ଆସୁଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Sep 24, 2021, 10:53 PM IST

ABOUT THE AUTHOR

...view details