କେନ୍ଦ୍ରାପଡା: ଚାକିରି ଦେବା ନାଁରେ ଠକେଇ । କେନ୍ଦ୍ରାପଡାରେ ଥିବା ଡ଼ାଇବେଟିସ ରୋଗ ନିରାକରଣ ସଂସ୍ଥା (INDPCP) ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲାର କିଛି ଛାତ୍ରଛାତ୍ରୀ । ନ୍ୟାୟ ଆଶାରେ ସେମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୦୧୭ ମସିହାରେ ଲକ୍ଷ୍ନୌସ୍ଥିତ ଏକ ଡ଼ାଇବେଟିସ ରୋଗ ନିରାକରଣ ସଂସ୍ଥା ଛାତ୍ରଛାତ୍ରୀ ମାନଙ୍କୁ ଡାଇବେଟିସ ସମ୍ବନ୍ଧରେ ତାଲିମ ଦେଇ ସେମାନଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦେଇଥିଲା । ଏପରିକି ଛାତ୍ରଛାତ୍ରୀଙ୍କ ଠାରୁ ଜଣଙ୍କ ପିଛା ୮ରୁ ୧୦ ହଜାର ଟଙ୍କା ନେଇଥିଲେ । ଏହି ତାଲିମ ଗତ ୨୦୧୭ ଫେବୃୟାରୀ ମାସରେ ଆରମ୍ଭ ହୋଇ ଏପ୍ରିଲ ମାସରେ ଶେଷ ହୋଇଥିଲା ।