କେନ୍ଦ୍ରାପଡା :କେନ୍ଦ୍ରାପଡାରେ ସ୍କୁଲ ମିଶ୍ରଣକୁ ବିରୋଧ । ସରକାର ପୁନଃବିଚାର କରି ଏନେଇ ନିଷ୍ପତି ନେବାକୁ ଦାବି କରିଛନ୍ତି ଅଭିଭାବକ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।
ସୂଚନା ଅନୁସାରେ, କେନ୍ଦ୍ରାପଡାରେ ୧୮୮୫ ମସିହାରେ ଗୟାସପୁର ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ମଣ୍ଡଳ ଶିକ୍ଷାଧିକାରୀ ମହାକାଳପଡାଙ୍କ ଅଧିନରେ ଥିବା ଗୟାସପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଉପସ୍ଥାନ କମ ଦର୍ଶାଇ ୨୦୧୯ ନଭେମ୍ବର ୧୧ ତାରିଖରେ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିଲା । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୟାସପୁର ଗାଁରେ ୨୦୨୦-୨୧ ଶିକ୍ଷାବର୍ଷରେ ୪୭ ଜଣ ଛାତ୍ରଛାତ୍ରୀ ଥିଲେ ମଧ୍ୟ କାହିଁକି ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରରେ ମିଶ୍ରଣ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ସରକାର ପୁନଃବିଚାର କରି ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।