ଓଡିଶା

odisha

ETV Bharat / state

ପାଠ ବଦଳରେ ସ୍କୁଲ କାମରେ ଲାଗିଛନ୍ତି ପିଲା, କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଦାବି - kendapara news

ଶିକ୍ଷା ବିଭାଗର ବିକଳ ଚିତ୍ର । ପାଠ ପଢ଼ିବା ପରିବର୍ତ୍ତେ ସ୍କୁଲ କାମରେ ଲାଗିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

student worked at school in kendapara video goes viral
ପାଠ ବଦଳରେ ସ୍କୁଲ କାମରେ ଲାଗିଛନ୍ତି ଛାତ୍ରଛାତ୍ରୀ, କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଦାବି

By

Published : Aug 6, 2022, 9:15 AM IST

କେନ୍ଦ୍ରାପଡ଼ା: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ମାନବୃଦ୍ଧି ନେଇ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର ଭିନ୍ନ । ସ୍କୁଲରେ ପାଠପଢା ବଦଳରେ କାମ କରୁଛନ୍ତି ଛାତ୍ରଛାତ୍ରୀ । ତାହା ପୁଣି ପ୍ରଧାନଶିକ୍ଷୟତ୍ରୀ ନିଜେ ପିଲାଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି । ଏଭଳି କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ପାଠ ବଦଳରେ ସ୍କୁଲ କାମରେ ଲାଗିଛନ୍ତି ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଆଗପଡା ପ୍ରକଳ୍ପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ବାରିକ ଛାତ୍ରଛାତ୍ରୀମାନଙ୍କୁ କାମ କରାଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲ ପରିସରରେ ଝାଡୁ ମାରିବା,ବାସନ ମାଜିବା,ସ୍କୁଲ ଘର ପୋଛିବା,ଅଇଁଠା ପତ୍ର ଗୋଟାଇବା,ବିଦ୍ୟାଳୟ ପାଚେରୀରେ ପାଣି ଦେବା ଆଦି କାର୍ଯ୍ୟ କରାଉଥିବା କୁହାଯାଉଛି । ଏପରିକି କାମ ନକଲେ ଶାରୀରିକ ଦଣ୍ଡ ମିଳୁଥିବା ନେଇ ରାଜକନିକା ବିଇଓଙ୍କ ନିକଟରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜକନିକା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ସ୍କୁଲ କମିଟିର ଉପ ସଭାପତି ଦାବି କରିଛନ୍ତି। ଅନ୍ୟ ପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । ଲୋପାମୁଦ୍ରା ବାରିକ କହିଛନ୍ତି " ଯେଉଁଭଳି ଭାବରେ ଭିଡ଼ିଓଟି ଭାଇରାଲ ହେଉଛି, ସେଥିରେ କୌଣସି ସତ୍ୟତା ନାହିଁ । ଖେଳ ସମୟରେ ପିଲାମାନେ ସ୍କୁଲ ପରିସରକୁ ସ୍ବଚ୍ଛ ରଖିବାକୁ ପ୍ରୟାସ କରିଥାନ୍ତି । ସ୍ବଚ୍ଛ ପରିବେଶ ପ୍ରତି ଛାତ୍ରଛାତ୍ରୀ ସଚେତନ ରହିଛନ୍ତି । ତେଣୁ ସ୍କୁଲ ପରିସରରେ କୌଣସି ଅଳିଆ ଦେଖାଗଲେ ତାହାକୁ ଆମେ ମିଶି ସଫା କରିଥାଉ ।" ଅନ୍ୟପଟେ ଘଟଣାର ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜକନିକା ବିଇଓ କହିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details