ଓଡିଶା

odisha

ETV Bharat / state

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାଉଁଶ ବୁଦା ମୂଳେ ଚାଲିଛି ବିଦ୍ୟାଳୟ

ଖୋଲା ଆକାଶ, ବାଉଁଶ ବୁଦା, ଅନାବନା ଗଛ, ଶୌଚାଳୟ ପାଖରେ ଗଢା ଚାଲିଛି କୁନିକୁନି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ରତାଦିଆ ଖଣ୍ଡସାହି ପଞ୍ଚାୟତରେ ଥିବା କାଦୁଆ ପ୍ରାଥମିକ ବିଦ୍ୟାଳୟର...

By

Published : Nov 27, 2019, 11:07 PM IST

ଫେଲ୍‌ ମାରିଛି ସର୍ବଶିକ୍ଷା ଅଭିଯାନ
ଫେଲ୍‌ ମାରିଛି ସର୍ବଶିକ୍ଷା ଅଭିଯାନ

କେନ୍ଦ୍ରାପଡା: ଫେଲ୍‌ ମାରିଛି ସର୍ବଶିକ୍ଷା ଅଭିଯାନ । ଖୋଲା ଆକାଶ ତଳ ବାଉଁଶ ବୁଦା ମୂଳ ପାଲଟିଛି ଶ୍ରେଣୀଗୃହ । ଅସ୍ବାସ୍ଥ୍ୟକର ପରିବେଶରେ ଘାଣ୍ଟି ହୋଇ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଚୁପ୍ ବସିଛି ଶିକ୍ଷା ବିଭାଗ । କେବଳ ବିପଦସଙ୍କୁଳ ଘର ଦର୍ଶାଇ ଦେଇ ନିଜର କର୍ତ୍ତବ୍ୟ ଶେଷ କରିଛି ଜିଲ୍ଲା ପ୍ରଶାସନ ।

ଫେଲ୍‌ ମାରିଛି ସର୍ବଶିକ୍ଷା ଅଭିଯାନ

ଖୋଲା ଆକାଶ, ବାଉଁଶ ବୁଦା, ଅନାବନା ଅରଣ୍ୟ, ଶୌଚାଳୟ ପାଖରେ ଗଢା ଚାଲିଛି କୁନିକୁନି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ରତାଦିଆ ଖଣ୍ଡସାହି ପଞ୍ଚାୟତରେ ଥିବା କାଦୁଆ ପ୍ରାଥମିକ ବିଦ୍ୟାଳୟର । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ 15ଜଣ ଛାତ୍ରଛାତ୍ରୀ ଥିବାବେଳେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି । ବିଦ୍ୟାଳୟଟି 1934 ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଆଜବେଷ୍ଟସ ଥିଲା ଓ କାନ୍ଥ ଗୁଡିକ ଫାଟିଯାଇଥିବା କାରଣରୁ 2014 ମସିହାରେ ଏହି ବିଦ୍ୟାଳୟ ଗୃହକୁ ବିପଦପୂର୍ଣ୍ଣ ଘର ଘୋଷଣା କରାଯାଇଥିଲା ।

ହେଲେ ସ୍ଥାନ ଅଭାବରୁ ସେହି ଭଙ୍ଗାଘରେ ପାଠପଢ଼ା ଚାଲିଥିଲାବେଳେ ନୂତନ ଗୃହ ନିର୍ମାଣ ପାଇଁ ସରକାରୀସ୍ତରରେ କୌଣସି ଅନୁଦାନ ମିଳିନଥିଲା । କିନ୍ତୁ 2018 ମସିହା ଅଗଷ୍ଟ ମାସରେ ଉପଜିଲ୍ଲାପାଳ ଉକ୍ତ ଘରେ ପାଠ ନପଢ଼ାଇବା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଦ୍ୟାଳୟ ଗୃହ ନିର୍ମାଣ ନହେବା ପର୍ଯ୍ୟନ୍ତ ପାଖରେ ଥିବା ଏକ କ୍ଳବ ଘରେ ପାଠ ପଢ଼ାଇବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ।

ପରେ ଗ୍ରାମବାସୀ ଓ କ୍ଲବର ଯୁବକମାନେ ସ୍ଥାନୀୟ କ୍ଲବରେ ଛାତ୍ରଛାତ୍ରୀ ମାତ୍ର 6 ମାସ ପର୍ଯ୍ୟନ୍ତ ପାଠ ପଢିପାରିବେ ବୋଲି ସର୍ତ୍ତ ରଖିଥିଲେ । କିନ୍ତୁ ଅଗଷ୍ଟ 2018 ମସିହାରୁ ଅକ୍ଟୋବର 2019 ପର୍ଯ୍ୟନ୍ତ ଏକବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ଦ୍ଵାରା ଗୃହ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆନଯିବାରୁ ଯୁବକମାନେ କ୍ଲବରେ ତାଲା ପକାଇ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ବାରଣ କରିଥିଲେ । ପରେ ଶିକ୍ଷକ ଶିକ୍ଷୟିତ୍ରୀ କୌଣସି ଉପାୟ ନପାଇ ବାଉଁଶ ବୁଦା ମୂଳରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଉଥିବା କହିଛନ୍ତି ।


ଅସୁସ୍ଥକର ପରିବେଶରେ ପାଠପଢ଼ା ଯାଉଥିବା ଓ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାଁନ୍ତି । ଜମି ନଥିବା ଦର୍ଶାଇ ଅନୁଦାନ ମିଳୁନଥିବା ବେଳେ ବାସ୍ତବ ଜମିର କାଗଜପତ୍ର ବିଦ୍ୟାଳୟ ନାମରେ କରାଯାଇଥିବା କହିଛନ୍ତି ପୂର୍ବତନ ଛାତ୍ର।

ବିଦ୍ୟାଳୟର ଛାତ୍ରଛାତ୍ରୀ ଖୋଲା ଆକାଶ ତଳେ ପାଠ ପଢିବା ବିଷୟରେ ମଣ୍ଡଳ ଶିକ୍ଷାଧିକାରୀଙ୍କ କହିବାନୁଯାୟୀ ଏହି ଘର ନିର୍ମାଣ ଅଭିଯୋଗ ଆଜିର ନୁହେଁ, ସେ ବିଭିନ୍ନ ସମୟରେ ଉକ୍ତ ବିଦ୍ୟାଳୟକୁ ଯାଇ ଛାତ୍ର, ଅଭିଭାବକ,ଗ୍ରାମବାସୀଙ୍କୁ ବୁଝାସୁଝା କରିଥିବା ବେଳେ ଏଭଳି ପିଲାମାନଙ୍କୁ ନେଇ ବାଉଁଶ ବୁଦାରେ ବସାଇବା ଉଚିତ ନୁହେଁ ଓ ସେ ପୁନର୍ବାର ଉକ୍ତ ବିଦ୍ୟାଳୟକୁ ଯାଇ ବୁଝାଇବା ପାଇଁ ପ୍ରୟାସ କରିବା ସହ କିପରି ଘର ନିର୍ମାଣ ପାଇଁ ଟଙ୍କା ଆସିବ ସେନେଇ ପ୍ରୟାସ କରିବେ ବୋଲି କହିଛନ୍ତି।


ସେହିପରି ଖବର ପାଇଛି ଏବଂ ଅତିଶୀଘ୍ର ଏଠାରେ ଘର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଭଳି ପ୍ରତିକୂଳ ପରିସ୍ଥିତି ଓ ପରିବେଶରେ ରହି ମଧ୍ୟ ବିଦ୍ୟାଳୟଟି "ଗାରିମା ଆୱାର୍ଡ"ଅନୁଯାୟୀ ବ୍ରୋଞ୍ଜ ପାଇଛି । ତେବେ ଏଠାରେ ଘରଟିଏ ନିର୍ମାଣ କରାଗଲେ ଛାତ୍ରଛାତ୍ରୀଙ୍କର ଉତ୍ତମ ଭବିଷ୍ୟତ ସହ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇ ପାରନ୍ତା ବୋଲି ଦାବି ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details