ଓଡିଶା

odisha

By

Published : Sep 30, 2020, 7:49 AM IST

ETV Bharat / state

ବଜ୍ରଘାତରେ ଛାତ୍ରର ମୃତ୍ୟୁ, ଗାଁରେ ଶୋକାକୂଳ ପରିବେଶ

ବିଲକୁ ଗାଈ ଆଣିବାକୁ ଯାଇଥିବା ବେଳେ ଛାତ୍ରଙ୍କ ଉପରେ ପଡିଲା ବଜ୍ରପାତ । କେନ୍ଦ୍ରାପଡା ଜରିପଡା ଗାଁରେ ଘଟିଛି ଅଘଟଣ। ଅଧିକ ପଢନ୍ତୁ....

lightning death in kendrapara
ବଜ୍ରାଘାତରେ ଛାତ୍ରଙ୍କ ମୃତ୍ୟୁ

କେନ୍ଦ୍ରାପଡା: ବିଲକୁ ଗାଈ ଆଣିବାକୁ ଯାଇଥିବା ବେଳେ ଛାତ୍ରଙ୍କ ଉପରେ ପଡିଲା ବଜ୍ରପାତ । କେନ୍ଦ୍ରାପଡା ଜରିପଡା ଗାଁରେ ଘଟିଛି ଅଘଟଣ । ମୃତକ ଜଣକ ଚନ୍ଦ୍ରସାରଥୀ ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଚନ୍ଦ୍ରସାରଥୀ ବିଲକୁ ଗାଈ ଆଣିବାକୁ ଯାଇଥିଲେ ଏହି ସମୟରେ ବଜ୍ରପାତ ପଡିଥିଲା । ଏଥିରେ ଛାତ୍ର ଜଣକ ଗୁରୁତର ହୋଇ ପଡିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବଜ୍ରାଘାତରେ ଛାତ୍ରଙ୍କ ମୃତ୍ୟୁ

ଚନ୍ଦ୍ରସାରଥି ଜଣେ ମେଧାବି ଛାତ୍ର ଥିଲେ। ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ସେ ୯୧% ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details