ଓଡିଶା

odisha

ETV Bharat / state

ସନ୍ଦେହଘେରରେ ଛାତ୍ରୀ ମୃତ୍ୟୁ ଘଟଣା, ଜାତୀୟ ରାଜପଥ ଅବରୋଧ କଲେ ପରିବାର - kendrapara

କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ଏକ ଆବାସିକ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 3, 2019, 6:27 PM IST

Updated : Jul 3, 2019, 6:33 PM IST

କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ ଦୁହୁରିଆଠାରେ ଥିବା ଏକ ଆବାସିକ ମହାବିଦ୍ୟାଳୟରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ପାରାଦୀପ ବିଜୟଚନ୍ଦ୍ରପୁର ଗାଁର ସମ୍ପଦ ସାହୁଙ୍କ ଝିଅ ସରିତା ସାହୁ । ସେ ଟାଗୋର ମହାବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନ ଛାତ୍ରୀ ଥିଲେ । ସରିତା ଜଣେ ମେଧାବୀ ଛାତ୍ରୀ ସହ ଖେଳକୁଦରେ ମଧ୍ୟ ସବୁବେଳେ ପ୍ରଥମ ସ୍ଥାନ ବଜାୟ ରଖୁଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାମୂତାବକ, ଟାଗୋର କଲେଜର ଛାତ୍ରୀ ନିବାସରେ ସନ୍ଧ୍ୟା ପ୍ରାର୍ଥନା ଚାଲିଥିବା ସମୟରେ ହଷ୍ଟେଲର ପରିଚାଳିକା ଛାତ୍ରୀ ସରିତା ସାହୁ ଆତ୍ମହତ୍ୟା କରିଥିବା ଡାକ ପକାଇଥିଲେ । ପରେ ଅନ୍ୟ ଛାତ୍ରୀଙ୍କ ସହ ମିଶି ସେ ମଧ୍ୟ ସରିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ତେବେ ସେଠାରେ ଡାକ୍ତର ଛାତ୍ରୀ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ସରିତାଙ୍କୁ ଆଣିଥିବା ପରିଚାଳିକା ଓ ସାଙ୍ଗରେ ଆସିଥିବା ଅନ୍ୟଜଣେ ଅଧ୍ୟାପକ ସେଠାରୁ ଫେରାର ହୋଇଯାଇଥିଲେ ।

ବୁଧବାର ସଦର ପୋଲିସ ସହ ସାଇଣ୍ଟିଫିକ ଟିମ ଛାତ୍ରୀ ରହୁଥିବା ହଷ୍ଟେଲକୁ ଯାଇ ମୃତ୍ୟୁରେ ବ୍ୟବହୃତ ରଶି, ରକ୍ତ ଲାଗିଥିବା ସ୍ଥାନର ଫୁଟେଜ ଓ ଛାତ୍ରୀଜଣଙ୍କ ବ୍ୟବହାର କରୁଥିବା ଡାଏରୀକୁ ଜବତ କରିଛି । ତେବେ ପୋଲିସ କହିବାନୁଯାୟୀ ଯଦି ରଶି ଲଗାଇ ସରିତା ଆତ୍ମହତ୍ୟା କରିଥାଏ, ତେବେ ଆତ୍ମହତ୍ୟାରେ ବ୍ୟବହୃତ ରଶିର ଲମ୍ବ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ସନ୍ଦେହପୂର୍ଣ୍ଣ । ଟାଗୋର କଲେଜ କର୍ତ୍ତୃପକ୍ଷ ହଷ୍ଟେଲ ଓ କଲେଜ ବନ୍ଦ କରି ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରିବା ଦାବିରେ ପରିବାର ଓ ସମ୍ପର୍କୀୟ ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ଓ କଟକ-ଚାନ୍ଦବାଲି ରାଜପଥକୁ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଉଭୟ ପଟରେ ଗାଡି ଅଟକି ରହିଥିଲା ।

ତେବେ ଘଟଣାରେ ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 3, 2019, 6:33 PM IST

ABOUT THE AUTHOR

...view details