ଓଡିଶା

odisha

ETV Bharat / state

ଜୀବନ ବୀମା ଅର୍ଥ ପାଇଁ ଜୀବନ ନେଲା ପୁଅ

ଜୀବନ ବୀମା ଅର୍ଥ ପାଇଁ ଜୀବନ ନେଲା ସାବତ ପୁଅ । ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ରାଶି ପାଇଁ ସାବତ ପୁଅ ଓ ବୋହୂ ମିଶି ସାବତ ମା’କୁ ମାରି ଦେଇଛନ୍ତି । ଆଜି ଏପରି ଏକ ଖୁଲାସା କରିଛି କେନ୍ଦ୍ରାପଡା ପୋଲିସ ।

By

Published : Aug 23, 2019, 6:50 PM IST

ଡିଜାଇନ ଫଟୋ

କେନ୍ଦ୍ରାପଡା: ଜୀବନ ବୀମା ଅର୍ଥ ପାଇଁ ଜୀବନ ନେଲା ସାବତ ପୁଅ । ସ୍ବାମୀର ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ରାଶି ପାଇଁ ସାବତ ପୁଅ ଓ ବୋହୂ ମିଶି ସାବତ ମା’କୁ ମାରି ଦେଇଛନ୍ତି । ଆଜି ଏପରି ଏକ ଖୁଲାସା କରିଛି କେନ୍ଦ୍ରାପଡା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତ ୧୮ ତାରିଖ ଦିନ ସଦର ଥାନା ବିଲ ବଳରାମପୁରର ଲୁଣା ନଦୀ କୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା । ମୃତଦେହଟି ସଦର ଥାନା ଛକନା ଗ୍ରାମର ସସ୍ମିତା ବିଶ୍ବାଳଙ୍କର ବୋଲି ଜଣାପଡିଥିଲା । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡିବା ପରେ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା । ପରେ ଏହାର ତଦନ୍ତ କରି ପୋଲିସ ଏପରି ଖୁଲାସା କରିଛି ।

ପୋଲିସ କହିବା ମୁତାବକ, ସସ୍ମିତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ମିଳିଥିବା ଜୀବନ ବୀମା ଓ ସମ୍ପତ୍ତି ପାଇଁ ତାଙ୍କ ସାବତ ପୁଅ ଓ ବୋହୂ ସହିତ ଟଙ୍କା ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ସନ୍ତୋଷ ଓ ବୋହୂ ଦେବସ୍ମିତା ଏବଂ ସହଯୋଗୀ ପ୍ରଦୀପ୍ତ ଓ ଦୁଃଖିଶ୍ୟାମ ପାଖରେ ଥିବା ଏକ ଲୁଗାରେ ସସ୍ମିତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ଏକ ବସ୍ତାରେ ପୂରାଇ ସସ୍ମିତାଙ୍କ ମୃତଦେହକୁ ଏକ ଅଖାରେ ଭର୍ତ୍ତିକରି ବାଇକ ଯୋଗେ କରିଲୋପାଟଣା ପୋଲ ଉପରୁ ଲୁଣା ନଦୀକୁ ଫିଙ୍ଗି ଦେଇଥିଲେ ବୋଲି ପୋଲିସ କହିଛି ।

ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବାବେଳେ ପ୍ରଦୀପ୍ତ ଫେରାର ରହିଛି । ସେପଟେ ମୃତ ମହିଳାଙ୍କ ଝିଅ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି । ଏହା ସହ ଆଉ ତିନି ଅଭିଯୁକ୍ତ ବାହାରେ ବୁଲୁଥିବା ସେ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details