କେନ୍ଦ୍ରାପଡ଼ା:ରାଜ୍ୟ ସରକାରଙ୍କୁ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରିବାରେ ଲାଗିଛନ୍ତି । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଆଜି(ରବିବାର) କେନ୍ଦ୍ରାପଡ଼ାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ (Bishweswar Tudu) ରାଜ୍ୟ ସରକାରଙ୍କ 5T ଯୋଜନାକୁ 5 ଟାଉଟର ଏକତ୍ରିକରଣ ବୋଲି କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ (Bishweswar Tudu) । ଏହି ଅବସରରେ ରାଜ୍ୟର 5T ଯୋଜନାରେ ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ରୂପାନ୍ତରଣକୁ ନେଇ ପ୍ରଶ୍ନର ଉତ୍ତର ରଖି 5T ଯୋଜନାକୁ 5 ଟାଉଟର ଏକତ୍ରିକରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।