କେନ୍ଦ୍ରାପଡା:ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଛିି । ପ୍ରଭୁ ବଳଦେବଜୀୟୁଙ୍କ ପାଇଁ ତୁଳସୀକ୍ଷେତ୍ରର ପରିଚୟ ହାସର କରିଥିବା ଜିଲ୍ଲାର ନାମକରଣ ପଛରେ ଏକ ପୌରାଣିକ କାହାଣୀ ରହିଛି । ରାକ୍ଷାସ କନ୍ଦରାସୁରକୁ ବଦ୍ଧ ପରେ ଜିଲ୍ଲାର ନାଁମ କନ୍ଦରାପାଡି ରଖିଥିଲେ ପ୍ରଭୁ ବଳଭଦ୍ର । ଏହାପରେ କନ୍ଦରାରାକ୍ଷାସପ ପାଳିତ କନ୍ୟାକୁ ବିବାହ କରିଥିଲେ ପ୍ରଭୁ ବଳଭଦ୍ର । ସେବେଠୁ ଜିଲ୍ଲାରେ ତୁଳସୀ ବିବାହ ଅନୁଷ୍ଠିତ ହୋଇ ଆସୁଛି । କାହିଁ କେଉଁ ଅମଳରୁ ଏହି ପରମ୍ପରା ବଜାୟ ରହିଛି । ଗରୁଡ଼ ଦ୍ୱାଦଶୀରେ ଇଚ୍ଛାପୁରସ୍ଥିତ ବଡ଼ ବାଡ଼ମଣିମା ବଳଦେବଜୀଉଙ୍କ ଦ୍ୱାରା କନ୍ଦରାସୁର ବଦ୍ଧ ଓ ତୁଳସୀ ବିବାହ ନୀତି ସମ୍ପନ୍ନ ହୋଇଥାଏ । କନ୍ଦରାସୁର ନାମାନୁଯାୟୀ ଜିଲ୍ଲାର ନାଁ କନ୍ଦରାପାଡି ବା ଅଧୁନା କେନ୍ଦ୍ରାପଡ଼ା ନାମରେ ଖ୍ୟାତି ଲାଭ କରିଥିବା ଲୋକକଥାରେ ରହି ଆସିଛି ।
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ଶ୍ରୀ ବଳରାମ ମହାପ୍ରଭୁ ମହାଭାରତ ଯୁଦ୍ଧରେ ଭାଗ ନନେଇ ବିଭିନ୍ନ ତୀର୍ଥକ୍ଷେତ୍ର ଭ୍ରମଣରେ ବାହାରିଥିଲେ । ଲଳିତା(ବର୍ତ୍ତମାନର ଲଳିତଗିରି) ଓ ରତ୍ନା (ବର୍ତ୍ତମାନର ରତ୍ନଗିରୀ)ନାମ୍ନୀ ଦୁଇ ମହରାଣୀଙ୍କୁ ନେଇ କନ୍ଦରା ଅସୁର ମଧୁ ସାଗର (ବର୍ତ୍ତମାନ କେନ୍ଦ୍ରାପଡ଼ା ଓ ଓଳାଶୁଣୀ) କୂଳରେ ବସବାସ କରୁଥିବା ବେଳେ ଏହାର ସେନାପତି ମଧୁ ଦୈତ୍ୟ ଓ କନ୍ଦରା ଅସୁର ମୁନୀଋଷି ମାନଙ୍କର ଯଜ୍ଞ ଭଙ୍ଗ କରୁଥିବା ଓ ଅତ୍ୟାଚାର କରୁଥିବା ନେଇ ବୈତରଣୀ ନଦୀରେ ସ୍ନାନ କରିବା ସମୟରେ ବଳରାମଙ୍କୁ ଅଭିଯୋଗ କରିଥିଲେ ସର୍ଵ ଜନଗଣ ।
ଏହାପରେ କନ୍ଦରା ଓ ମଧୁ ଦୈତ୍ୟକୁ ବିନାଶ କରିବା ପାଇଁ ପ୍ରଭୂ ହଳାୟୁଦ୍ଧ ବାହାରିବା ସମୟରେ ଲଳିତଗିରି ଠାରେ ମଧୁଦୈତ୍ୟକୁ ବିନାଶ କରିଥିଲେ । ପ୍ରଭୁଙ୍କ କୋପକୁ ସହ୍ୟ କରିନପାରି କନ୍ଦରା ଅସୁର ରଣକ୍ଷେତ୍ର ଛାଡି ପଳାୟନ କରିବା ପରେ ବର୍ତ୍ତମାନର ପୁରୁଣା ମଟରଷ୍ଟାଣ୍ଡ ନିକଟରେ କନ୍ଦରା ଅସୁରକୁ ବଦ୍ଧ କରିଥିଲେ ପ୍ରଭୁ ରୋହିଣୀ ନନ୍ଦନ ।କନ୍ଦରାକୁ ଏଠାରେ ବଦ୍ଧ କରିଥିବାରୁ ଏହି ସ୍ଥାନର ନାଁ କନ୍ଦରାପାଡି ବୋଲି ରଖାଯାଇଥିଲା ଯାହା କାଳକ୍ରମେ କେନ୍ଦ୍ରାପଡା ନାମରେ ଖ୍ୟାତ ହୋଇଛି ବୋଲି ମତ ରଖିଛନ୍ତି ତୁଳସୀକ୍ଷେତ୍ର ଗବେଷକ ।