ଓଡିଶା

odisha

ETV Bharat / state

‘ବାତ୍ୟା ପୀଡିତଙ୍କ ପାଇଁ ଖୁବ୍‌ଶୀଘ୍ର ଘୋଷଣା ହେବ ସ୍ବତନ୍ତ୍ର ପ୍ୟାକେଜ’ - କେନ୍ଦ୍ରାପଡା

ବାତ୍ୟା ‘ଫନି’ ପରର ଅବସ୍ଥା ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : May 9, 2019, 3:15 PM IST

କେନ୍ଦ୍ରାପଡା: ବାତ୍ୟା ‘ଫନି’ ପରର ଅବସ୍ଥା ସମୀକ୍ଷା କରିଛନ୍ତି ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଜିଲ୍ଲାରେ ବାତ୍ୟା ‘ଫନି’ ସମୟରେ ହୋଇଥିବା କ୍ଷୟକ୍ଷତି, ରିଲିଫ ପ୍ରଦାନ ଓ ପୁନଃ ଉଦ୍ଧାର କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ଉଚ୍ଚ ପ୍ରଶଂସା କରିବା ସହିତ ଜିଲ୍ଲାର ସ୍ବତନ୍ତ୍ର ଦାୟିତ୍ବରେ ଥିବା ପ୍ରଦୀପ କୁମାର ଜେନା, ହେମନ୍ତ ପାଢ଼ୀ ଓ ପୂର୍ବତନ ଜିଲ୍ଲାପାଳ ଦାଶରଥୀ ଶତପଥିଙ୍କୁ ସେମାନଙ୍କ ସେବା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନା ଅନୁଯାୟୀ ଜିଲ୍ଲାର 9ଟି ବ୍ଲକର 249ଟି ପଞ୍ଚାୟତ ଓ 2ଟି ପୌରପାଳିକାରେ 41ଟି ୱାର୍ଡର 1592ଟି ଗ୍ରାମରେ 15ଲକ୍ଷ 22ହଜାର 901ଜଣ ଲୋକେ ପ୍ରଭାବିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 1ଲକ୍ଷ 16ହଜାର 693ଜଣଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଥିଲା । ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ 593ଟି ସ୍ଥାନରେ ଫ୍ରି କିଚେନର ବ୍ୟବସ୍ଥା କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଖୁବଶୀଘ୍ର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି । ଏଥିସହ ରିଲିଫ ସାମଗ୍ରୀ ମଧ୍ୟ ଅତିଶୀଘ୍ର ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details