ଓଡିଶା

odisha

ETV Bharat / state

ଗହ୍ମା ପୂର୍ଣ୍ଣିମାରେ ଉତ୍ସବମୁଖର ତୁଳସୀକ୍ଷେତ୍ର, ଚାଲିଛି ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ନୀତି - Baladevjiyu temple

ଶ୍ରୀ ବଳଦେବ ଜୟନ୍ତୀ ଅବସରରେ ଉତ୍ସବମୁଖର କେନ୍ଦ୍ରାପଡା ।ମନ୍ଦିରରେ ଚାଲିଛି ସ୍ବତନ୍ତ୍ର ଜନ୍ମୋତ୍ସବ ପୂଜାନୀତି । ଅଧିକ ପଢନ୍ତୁ...

ଗହ୍ମା ପୂର୍ଣ୍ଣିମାରେ ଉତ୍ସବମୁଖର ତୁଳସୀକ୍ଷେତ୍ର, ଚାଲିଛି ଶ୍ରୀବଳଦେବଜୀଉଙ୍କ ଜନ୍ମତ୍ସୋବ ପୂଜାନୀତି
ଗହ୍ମା ପୂର୍ଣ୍ଣିମାରେ ଉତ୍ସବମୁଖର ତୁଳସୀ କ୍ଷେତ୍ର, ଚାଲିଛି ଶ୍ରୀବଳଦେବଜୀଉଙ୍କ ଜନ୍ମତ୍ସୋବ ପୂଜାନୀତି

By

Published : Aug 22, 2021, 7:27 PM IST

କେନ୍ଦ୍ରାପଡ଼ା: ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଆଜି କୃଷି ଆଉ କୃଷକର ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ଜୟନ୍ତି ମଧ୍ୟ। ସେଥିପାଇଁ ଚଳଚଞ୍ଚଳ ହୋଇଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡା । ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦରରେ ରାକ୍ଷୀ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି ।

ଗହ୍ମା ପୂର୍ଣ୍ଣିମାରେ ଉତ୍ସବମୁଖର ତୁଳସୀକ୍ଷେତ୍ର, ଚାଲିଛି ଶ୍ରୀବଳଦେବଜୀଉଙ୍କ ଜନ୍ମତ୍ସୋବ ପୂଜାନୀତି

ଆଜି ସକାଳୁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ କରାଯାଇଥିଲା । ମଙ୍ଗଳ ଆଳତି, ସକାଳ ଧୂପ ଏବଂ ଖେଚୁଡ଼ି ଭୋଗ ପରେ ମହାପ୍ରଭୁଙ୍କ ସମେତ ଅନ୍ୟ ଦେବାଦେବୀଙ୍କୁ ସ୍ନାନ କରାଯାଇଛି । ସ୍ନାନ ପରେ ଜନ୍ମତିଥୀ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କୁ ମଝି ଦେଉଳରେ ପିଢ଼ା ପକା ଯାଇ ନୂତନ ପାଟବସ୍ତ୍ର ପିନ୍ଧାଯାଇଛି ।

ପରେ ଜନ୍ମ ଅଭିଷେକ ନୀତି,ଗହ୍ମା ଅଭିଷେକ ରୀତିରେ ପୂଜା କରାଯାଇ ପୁଷ୍ପରେ ପ୍ରସ୍ତୁତ ଅଳଙ୍କାର ଲାଗି କରାଯାଇ ତୁଳସୀ ଅର୍ପଣ କରାଯାଇଥିଲା । ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପାଟ ରାକ୍ଷୀକୁ ମହାପ୍ରଭୁ ବଳଦେବଙ୍କ ସମେତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପିନ୍ଧା ଯାଇଥାଏ। ଶ୍ରୀକ୍ଷେତ୍ରରୁ ଏହି ରାକ୍ଷୀ ଆସିବା ପରମ୍ପରା କାହିଁ କେତେ କାଳରୁ ପ୍ରଚଳିତ ହୋଇଥିବା ବେଳେ ସମାୟାନୁକ୍ରମେ ଏହା ବନ୍ଦ ରହିଥିଲା। ତେବେ ବଳଦେବଜୀଉ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଉଦ୍ୟମ ପରେ ଏବେ ପୁଣି ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ରାକ୍ଷୀ ପରମ୍ପରା ଅନୁଷ୍ଠିତ ହେଉଥିବା ପୂଜାପଣ୍ଡା ନିଯୋଗ ସଭାପତି ସୂଚନା ଦେଇଛନ୍ତି ।

ଆଜି ଦିନରେ ଓଡିଆ ପରମ୍ପରା ଅନୁଯାୟୀ , ଘରେ ପାଳିଥିବା ଗାଈଗୋରୁଙ୍କୁ ସ୍ନାନ କରାଇବା ସହ ସେମାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଲୋକ ବିଶ୍ବାସ ଅନୁଯାୟୀ,ପ୍ରଭୁ ବଳଭଦ୍ର ଜନ୍ମ ଦିବସରେ କୃଷିଜାତ ଯେକୌଣସି ଦ୍ରବ୍ୟ ଭୋଗ ଲାଗି କରାଇଲେ କୃଷିକାର୍ଯ୍ୟ ଭଲ ହୋଇଥାଏ। ସେହିପରି ନିଜର କୁଳଦେବତା ବଳଦେବଜୀଉଙ୍କ ଜନ୍ମ ଦିବସରେ ସେବାୟତ ପରିବାର ପକ୍ଷରୁ ଏକଲକ୍ଷ ଆଠ ଘୃତ ଯଜ୍ଞ କରାଯାଉଥିବାବେଳେ ମନ୍ଦିରରେ ଭକ୍ତମାନଙ୍କୁ କ୍ଷୀରିପୁରୀ ବଣ୍ଟାଯିବାର ପରମ୍ପରା ସହ ଅପରାହ୍ନରେ ଶ୍ରୀଜୀଉଙ୍କ ନିକଟରେ ରାକ୍ଷୀ ସମର୍ପଣ କରାଯାଇଛି। ଜନ୍ମୋତ୍ସବରେ ଏ ବିଶ୍ବକୁ କୋଭିଡ ମହାମାରୀରୁ ଉଦ୍ଧାର କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସେବାୟତ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details