କେନ୍ଦ୍ରାପଡା : ଜିଲ୍ଲାରେ ଦିନକୁ ଦିନ ପୋଲିସ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ କମିବାରେ ଲାଗିଛି । ଜମ୍ବୁରୁ କନିକା ହେଉ ଅବା ପଟ୍ଟାମୁଣ୍ଡାଇରୁ ପାଟକୁରା ସବୁଆଡେ ଅଧିକାରୀଙ୍କ ନାଁରେ ପୁଳାପୁଳା ଅଭିଯୋଗ । ତେବେ ପାଟକୁରା ପୋଲିସର ନିଷ୍କ୍ରିୟତା ପାଇଁ କିପରି ଜଣେ ବ୍ୟକ୍ତିଙ୍କ ଜୀବନ ଗଲା ଓ ଏହାକୁ ନେଇ କିପରି ରହିଛି ପୋଲିସ ପାଇଁ ମୁଣ୍ଡବିନ୍ଧା ଦେଖନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣାରୁ ।
କେନ୍ଦ୍ରାପଡ଼ା ପାଟକୁରା ଥାନା ବଚ୍ଛରାଇ ଗ୍ରାମର ରମାକାନ୍ତ ନାୟକ ଗତ ୨୪ତାରିଖ ଦିନ ପଡୋଶୀଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣ ଶିକାର ହୋଇ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆକ୍ରମଣ ପରେ ସେହିଦିନ ରମାକାନ୍ତଙ୍କ ପରିବାର ପକ୍ଷରୁ ପାଟକୁରା ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଥିଲେ ମଧ୍ୟ ପୋଲିସ କେବଳ କେଶ ରେଜିଷ୍ଟ୍ରି କରି ଚୁପ ବସିଛି । ତେବେ ଗତକାଲି ରମାକାନ୍ତଙ୍କ ମୃତ୍ୟୁ ହେବା ପରେ ପୋଲିସ ଘଟଣାରେ ସଂପୃକ୍ତ ଜଣେ ହତ୍ୟାକାରୀକୁ ଗିରଫ କରିଥିବାବେଳେ ଅନ୍ୟମାନେ ଖୁଲମଖୁଲା ବୁଲୁଥିବା ଓ ସେମାନଙ୍କ ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଓ ଗାଁଲୋକେ।