କେନ୍ଦ୍ରାପଡା:ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ରଥଯାତ୍ରା ବନ୍ଦ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ପୂଜକ ବାବା ବଳିଆ ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ପରାମର୍ଶ ଦେବାପରେ ଉଭୟ ବିଜେପି ଓ କଂଗ୍ରେସ ଜିଲ୍ଲାପାଳଙ୍କୁ ଭେଟି ବଳଦେବଜୀଉଙ୍କ ରଥଯାତ୍ରା କୋଭିଡ କଟକଣା ମଧ୍ୟରେ କରାଇବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର ଜଣେ ଯୁବ ସମାଜସେବୀ କଳ୍ପତରୁ ରାଉତରାୟ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଭଳି ତୁଳସୀକ୍ଷେତ୍ରରେ କୋଭିଡ କଟକଣା ମଧ୍ୟରେ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା କରାଇବା ଦାବିରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।
ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ରଥଯାତ୍ରାକୁ ଅନୁମତି ଦାବି, ଆମରଣ ଅନଶନରେ ବସିଲେ ସମାଜସେବୀ - Tulsikhetra Kendrapara
ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ବିଭିନ୍ନ ମହଲରୁ ପ୍ରକାଶ ପାଇବାରେ ଲାଗିଛି ପ୍ରତିକ୍ରିୟା । ରଥଯାତ୍ରାକୁ ଅନୁମତି ଦାବିରେ ଅନଶନରେ ବସିଲେ ସମାଜସେବୀ । ଅଧିକ ପଢନ୍ତୁ...
ପୁରୀ ଭଳି ସମସ୍ତ ଦେବନୀତି କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ନିକଟରେ ସମାପନ ହୋଇଥାଏ ।ଶ୍ରୀକ୍ଷେତ୍ରର ରଥଯାତ୍ରା ସହିତ ତୁଳସୀକ୍ଷେତ୍ରର ରଥଯାତ୍ରା ନିଜସ୍ୱ ରଥଦାଣ୍ଡରେ ହେଉଥିବାରୁ ଏହାକୁ ଅନୁମତି ଦିଆଯାଉ ବୋଲି ଦାବି କରି ସମାଜସେବୀ କଳ୍ପତରୁ। ଶ୍ରୀକ୍ଷେତ୍ର ପୁରୀ ସହ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ବହୁ ପୁରାତନ ପାରମ୍ପାରିକ ସମ୍ପର୍କ ରହିଛି । ଶ୍ରୀକ୍ଷେତ୍ର ପୁରୀରୁ ବଳଦେବଜୀଉଙ୍କ ପାଇଁ ପାଟଶାଢ଼ୀ,ରାକ୍ଷୀ ଇତ୍ୟାଦି ତୁଳସୀକ୍ଷେତ୍ରକୁ ଆସୁଥିବାର ପରମ୍ପରା ଓ କିମ୍ବଦନ୍ତୀ ପ୍ରଚଳିତ ହୋଇଆସୁଛି । ଯାହାକି ଅନ୍ୟ ସ୍ଥାନରେ ଥିବା ବଳଦେବଜୀଉଙ୍କ ମନ୍ଦିରକୁ ଯାଏନାହିଁ। ଶ୍ରୀ ଜଗନ୍ନାଥ ସଂସ୍କୃତିର ମୂଳପୀଠ ଶ୍ରୀକ୍ଷେତ୍ର ସହ ତୁଳସୀ କ୍ଷେତ୍ରର ସାମଞ୍ଜସ୍ୟ ଓ ସମ୍ପର୍କ ରହିଥିବା କାରଣରୁ ବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବାପାଇଁ ଦାବି କରି ଅନଶନରେ ବସିଛନ୍ତି କଳ୍ପତରୁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ