ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲା ସାମାଜିକ ଗଣମାଧ୍ୟମ - କେନ୍ଦ୍ରାପଡା ଦିବ୍ୟାଙ୍ଗ ଘରେ ପହଞ୍ଚାଇଲା ରାସନ ସାମଗ୍ରୀ

ସାମାଜିକ ଗଣମାଧ୍ୟମ 9 ପ୍ରାଣୀ କୁଟୁମ୍ବଙ୍କୁ ଯୋଗାଇଛି ସହାୟତା । ଖବର ପାଇ କଟକର ବୋହୁ ଦଉଡି ଆସିଲେ ନିଜ ମାଟି କେନ୍ଦ୍ରାପଡାକୁ ଏବଂ ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇ ପାଇଁ ଦେଲେ ସହାୟତା । ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲା ସାମାଜିକ ଗଣମାଧ୍ୟମ
ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲା ସାମାଜିକ ଗଣମାଧ୍ୟମ

By

Published : Jul 7, 2022, 5:07 PM IST

କେନ୍ଦ୍ରାପଡା: ସାମାଜିକ ଗଣମାଧ୍ୟମ ଏବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦୀୟ ହେଉଥିବା ବେଳେ ଏହି ସାମାଜିକ ଗଣମାଧ୍ୟମ ହିଁ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇ ପାରିଛି । ସାମାଜିକ ଗଣମାଧ୍ୟମରୁ ଖବର ପାଇ ସୁଦୂର କଟକ ଜିଲ୍ଲା କଣ୍ଟପଡା ବ୍ଲକର ତଣ୍ଡିକଣା ଗାଁର ବୋହୁ କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ବେଲାରପୁରରେ ପହଞ୍ଚି ମାସକର ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ସୂଚନାନୁଯାୟୀ, ବେଲାରପୁର ଗାଁର ଦିବ୍ୟାଙ୍ଗ ଜଟାଧାରୀ ଦାସ ଓ ତାଙ୍କ ଭାଇଙ୍କ ଉପରେ ମୋଟ 9 ପ୍ରାଣୀ କୁଟୁମ୍ବ ନିର୍ଭର କରନ୍ତି । ଦୁଇଭାଇ ପୂର୍ବରୁ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ କିଛି ବର୍ଷ ହେବ ଦୁଇଭାଇ ଧିରେଧିରେ ଦୃଷ୍ଟିଶକ୍ତି ହରାଇବାରେ ଲାଗିଛନ୍ତି ।

ଦିବ୍ୟାଙ୍ଗ ପରିବାର ମୁହଁରେ ହସ ଫୁଟାଇଲା ସାମାଜିକ ଗଣମାଧ୍ୟମ

ଏଭଳି ସ୍ଥିତିରେ ସେମାନଙ୍କ ପରିବାରକୁ ସହଯୋଗ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଭାଇରାଲ ହେବା ପରେ ଏହି ପରିବାରକୁ ସହଯୋଗ କରିବା ଉଦ୍ଦେଶ୍ୟରେ ତଣ୍ଡିକଣା ଗାଁର ଝିଅ ମଧୁସ୍ମିତା ସ୍ବାଇଁ ସଙ୍ଗେସଙ୍ଗେ ତାଙ୍କ ସାନ ଭଉଣୀ ଅକସ୍ମିତା ସ୍ବାଇଁ ଓ ବାପା ନାରାୟଣ ସ୍ବାଇଁଙ୍କୁ ଧରି ମାସକର ରାସନ ସାମଗ୍ରୀ ସହ ଶାଢ଼ୀ, ଛତା ପ୍ରଦାନ କରିବା ସହ ଆର୍ଥିକ ସହାୟତା କରିଥିବା ସୂଚନା ମିଳିଛି । ତେବେ ସମ୍ପ୍ରତି ସମୟରେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଅପ୍ରସଙ୍ଗ ଭାଇରାଲ ହେଉଥିବା ବେଳେ ଏହି ସାମାଜିକ ଗଣମାଧ୍ୟମରୁ ଖବର ପାଇ ମଧୁସ୍ମିତାଙ୍କ ଭଳି ହୃଦୟବାନ ମଣିଷ ଜଟାଧାରୀଙ୍କ ପରିବାର ନିକଟରେ ପହଞ୍ଚି ସହଯୋଗ କରିଥିବା ଘଟଣାକୁ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

For All Latest Updates

ABOUT THE AUTHOR

...view details