ଓଡିଶା

odisha

ETV Bharat / state

ନର୍ସିଂ ଓ ଏଏନଏମ ପ୍ରାର୍ଥୀଙ୍କ ସାକ୍ଷାତକାରରେ ସାମାଜିକ ଦୂରତାକୁ ଫୁ - social distance nursing interview

ବୁଧବାର କେନ୍ଦ୍ରାପଡାରେ 24 ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବୃଦ୍ଧି କରାଯାଇଛି। ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ନୂତନ ଭାବେ ଦେଖାଦେଇଛି।ଅପରପକ୍ଷରେ ସାମାଜିକ ଦୂରତ୍ୱ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଥିଲା ବେଳେ ଆଜି ନର୍ସିଂ ଓ ଏଏନଏମ ପ୍ରାର୍ଥୀଙ୍କ ସାକ୍ଷାତକାର ସମୟରେ ସାମାଜିକ ଦୁରତ୍ୱକୁ ଫୁ କରିଦେଇଛି ପ୍ରଶାସନ।

_social distanc
_social distanc

By

Published : Jul 22, 2020, 5:02 PM IST


କେନ୍ଦ୍ରାପଡ଼ା: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବୁଧବାର ଜିଲ୍ଲାରେ 24 ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବୃଦ୍ଧି କରାଯାଇଛି। ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ନୂତନ ଭାବେ ଦେଖାଦେଇଛି।ଅପରପକ୍ଷରେ ସାମାଜିକ ଦୂରତ୍ୱ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଥିଲା ବେଳେ ଆଜି ନର୍ସିଂ ଓ ଏଏନଏମ ପ୍ରାର୍ଥୀଙ୍କ ସାକ୍ଷାତକାର ସମୟରେ ସାମାଜିକ ଦୁରତ୍ୱକୁ ଫୁ କରିଦେଇଛି ପ୍ରଶାସନ।

ନର୍ସିଂ ଓ ଏଏନଏମ ପ୍ରାର୍ଥୀଙ୍କ ସାକ୍ଷାତକାରରେ ସାମାଜିକ ଦୂରତାକୁ ଫୁ

ଜିଲ୍ଲାରେ ଅନେକ କାର୍ଯ୍ୟାଳୟ ମାନଙ୍କରେ କାଁ ଭାଁ ସାମାଜିକ ଦୂରତା ଓ ମାସ୍କ ଉପରେ ଧ୍ୟାନ ଦିଆଯାଉଥିବା ବେଳେ କ୍ୟାମେରା ଦେଖି ସାମାଜିକ ଦୂରତା କଥା ମନେ ପକାଉଛନ୍ତି କର୍ମଚାରୀ। ଜିଲ୍ଲାର ନାକ ତଳେ ସାମାଜିକ ଦୂରତାକୁ କିଭଳି ଭାବେ ଅବମାନନା କରାଯାଉଛି ତାହା ଏହି ସାକ୍ଷାତକାର ସମୟରେ ଦେଖିବାକୁ ମିିଳିଛି । ସରକାରୀ କାର୍ଯ୍ୟକ୍ରମରେ ଏଭଳି କୋଭିଡ ନିୟମର ମଜାକ ଉଡା ଯାଉଥିବା ଚିନ୍ତାଜନକ ରହିଛି । ଶତାଧିକ ଆଶାୟୀ ଗୋଟିଏ ଛାତ ତଳେ ସାମାଜିକ ଦୂରତାକୁ ଜଳାଞ୍ଜଳି ଦେଇ ଏକାଠି ହୋଇଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ 46ହଜାର ପ୍ରବାସୀ ଫେରିଥିବା ବେଳେ କ୍ୱାରେଣ୍ଟଇନ ଶେଷ କରି 44ହଜାର ପ୍ରବାସୀ ଘରକୁ ଫେରିଥିବା ବେଳେ 2ହଜାର ପ୍ରବାସୀ ଏବେ ମଧ୍ୟ କ୍ୱାରେଣ୍ଟଇ ଦୈନିକ କୋଭିଡ ଟେଷ୍ଟିଂ 500 ରୁ 550 କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ସେହିପରି ଗୋଟିଏ ପରିବାରର 6ଜଣଙ୍କ ଠାରେ କୋଭିଡ ପଜିଟିଭ ବାହାରିଥିବାରୁ କଣ୍ଟେନମେଣ୍ଟ କରାଯାଇ ଆକ୍ଟିଭ ସର୍ଭିଲାନ୍ସ ଓ ହେଲଥ ଚେକଅପ କରାଯାଉଛି। ପ୍ରତ୍ୟେକ ସରକାରି କାର୍ଯ୍ୟାଳୟରେ କୋଭିଡ ମନିଟର ଟିମ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ। ଏତେସବୁ ବ୍ୟବସ୍ଥା ସୁଦ୍ଧା ଆଜିର ସାକ୍ଷାତକାରରେ ସାମାଜିକ ଦୂରତା ନରହିବା ଜିଲ୍ଲା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଦେଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details