ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ସାପ୍ତାହିକ ସଟଡାଉନ ଘୋଷଣା - କେନ୍ଦ୍ରାପଡାରେ ସାପ୍ତାହିକ ସଟଡାଉନ ଘୋଷଣା

ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେନ୍ଦ୍ରାପଡାରେ ସାପ୍ତାହିକ ସଟଡାଉନ ଘୋଷଣା
କେନ୍ଦ୍ରାପଡାରେ ସାପ୍ତାହିକ ସଟଡାଉନ ଘୋଷଣା

By

Published : Jul 2, 2020, 10:37 PM IST

କେନ୍ଦ୍ରାପଡା: ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲା। କୋଭିଡ-19 ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗତ 30 ଜୁନରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ବାଦ ଦେଇ ଅନ୍ୟ 10ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ।

କେନ୍ଦ୍ରାପଡାରେ ସାପ୍ତାହିକ ସଟଡାଉନ ଘୋଷଣା

ଏହା ପରେ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ କୋରୋନା ମହାମାରୀ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ଜୁନ ମାସ ଭଳି ଚଳିତ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର କେନ୍ଦ୍ରାପଡା ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ସମସ୍ତ ଦୋକାନ ବଜାର ସକାଳ 5 ଘଟିକାରୁ ଖୋଲାଯାଇ ରାତ୍ର 9 ଘଟିକରେ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି।

କେନ୍ଦ୍ରାପଡାରେ ସାପ୍ତାହିକ ସଟଡାଉନ ଘୋଷଣା

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details