ଓଡିଶା

odisha

ETV Bharat / state

ଘରୋଇ ବ୍ୟାଙ୍କ ସ୍ଥାନାନ୍ତରଣ ପ୍ରତିବାଦରେ ତାତିଲେ ଜମାକାରୀ, ଧାରଣାରେ ବସିଲେ SHG ସଦସ୍ୟା - ଜାତୀୟକରଣ ଇଣ୍ଡିଆନ ବ୍ୟାଙ୍କ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସହର ମହାବୀର ବଜାରରେ ଥିବା ଜାତୀୟକରଣ ଇଣ୍ଡିଆନ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ସ୍ଥାନାନ୍ତରକୁ ପ୍ରତିବାଦ କରିଛନ୍ତି ଶତାଧିକ ଜମାକାରୀ । ଅଧିକ ପଢନ୍ତୁ

SHG members protest
SHG members protest

By

Published : Jan 4, 2023, 10:39 PM IST

SHG members protest

କେନ୍ଦ୍ରାପଡା: ଇଣ୍ଡିଆନ ବ୍ୟାଙ୍କ ସ୍ଥାନାନ୍ତରଣ ପ୍ରତିବାଦରରେ ତାତିଲେ ଜମାକାରୀ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସହର ମହାବୀର ବଜାରରେ ଥିବା ଜାତୀୟକରଣ ଇଣ୍ଡିଆନ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ସ୍ଥାନାନ୍ତରକୁ ପ୍ରତିବାଦ କରିଛନ୍ତି ଶତାଧିକ ଜମାକାରୀ । ଏନେଇ ବ୍ୟାଙ୍କ ଘେରାଉ କରିବା ସହିତ ରାସ୍ତା ଅବରୋଧ କରି ରାସ୍ତାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବ୍ୟାଙ୍କ ସେଠାରେ ରହିଥିବା ବେଳେ ପାଖାପାଖି 20 ହଜାରରୁ ଉର୍ଦ୍ଧ୍ବ ଜମାକାରୀ ବ୍ୟାଙ୍କ ଅଧିନରେ ଆକାଉଣ୍ଟ ଖୋଲିଛନ୍ତି। ହେଲେ ଜମାକାରୀଙ୍କୁ କୌଣସି ନୋଟିସ ନ କରି ଜମାକାରୀଙ୍କ ଅଜାଣତରେ ବ୍ୟାଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉପରିସ୍ଥ ବ୍ୟାଙ୍କ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହାର ପ୍ରତିବାଦ କରି ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ରାସ୍ତାରେ ବସିଥିବା ଦେଖିବାକୁ ମିଳିଛି। ଉକ୍ତ ସ୍ଥାନରୁ ଯଦି ବ୍ୟାଙ୍କ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ ହୁଏ ତେବେ ହଜାର ହଜାର ଜମାକାରୀଙ୍କର ବହୁବିଧ ସମସ୍ୟା ହେବା ଆଶଙ୍କାରେ ବ୍ୟାଙ୍କକୁ ସ୍ଥାନାନ୍ତର ନ କରାଇବା ଦାବି ଜୋର ଧରିଛି ।

ସେହିପରି ବ୍ୟାଙ୍କ ସ୍ଥାନାନ୍ତର ହେଲେ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଏଥି ସହ କେନ୍ଦ୍ରାପଡ଼ା ଜିଲ୍ଳାର ସର୍ବ ପୁରାତନ ପଟ୍ଟାମୁଣ୍ଡାଇ ସହର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ହୋଇଥିବା ବେଳେ ଏହାକୁ ନିସ୍ବ କରିବା ପାଇଁ ପ୍ରୟାସ ଚାଲିଥିବା ଅଭିଯୋଗ ହୋଇଛି । ଏହି ସହରାଞ୍ଚଳରେ ଦୀର୍ଘବର୍ଷ ଧରି ୧୬ରୁ ଉର୍ଦ୍ଧ୍ବ ସମସ୍ତ ଜାତୀୟ କରଣ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ,ସରକାରୀ ଅନୁବନ୍ଧିତ ଓ ବେସରକାରୀ ଅର୍ଥ କାରବାର ସଂସ୍ଥାମାନେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସେମାନଙ୍କର ବ୍ୟବସାୟ କରି ଲକ୍ଷ ଲକ୍ଷ ଜମାକାରୀଙ୍କ ଆସ୍ଥା ଭଜନ ହୋଇଛନ୍ତି। ସମସ୍ତ ଜାତୀୟ କରଣ ବ୍ୟାଙ୍କ ବଜାରରେ ଏକପାଖିଆ ନିର୍ଦ୍ଧିଷ୍ଟ ପାର୍ଶ୍ଵରେ ରହିଥିବା ବେଳେ ଏକମାତ୍ର ଇଣ୍ଡିଆନ ବ୍ୟାଙ୍କ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମହାବୀର ବଜାରରେ ତାର ନିରବଛିନ୍ନ ବ୍ୟବସାୟ ଓ ସେବା ପ୍ରଦାନ କରିଆସୁଛି।

ଏହି ବ୍ୟାଙ୍କରେ ୪ଶହରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀ,ପଟ୍ଟାମୁଣ୍ଡାଇ ବଜାର ବ୍ୟବସାୟ ପ୍ରତିଷ୍ଠାନ ଓ ହଜାର ହଜାର ଜମାକାରୀ ଏଠାରେ ଟଙ୍କା ଜମା କରିଛନ୍ତି। ତେଣୁ ବ୍ୟାଙ୍କଟି ଅନ୍ୟତ୍ର ସ୍ଥାନାନ୍ତର ନ କରିବା ଦାବିରେ ଜମାକାରୀମାନେ ବାରମ୍ବାର ବ୍ୟାଙ୍କ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇ ଆସୁଥିଲେ ହେଁ ହଠାତ ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ପ୍ରତିବାଦରେ ଇଣ୍ଡିଆନ ବ୍ୟାଙ୍କ, ପଟ୍ଟାମୁଣ୍ଡାଇ ଶାଖା ସମ୍ମୁଖରେ ଧାରଣା ଦେଇଛନ୍ତି ଶତାଧିକ ଜମାକାରୀ ଯେଉଁଥି ପାଇଁ ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହୋଇଛି।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details