ଓଡିଶା

odisha

ETV Bharat / state

ଆଳିରେ ଶିଆଳ ଆତଙ୍କ, ସପ୍ତାହରେ ୩୦ ଜଣ ଆକ୍ରମଣ ଶିକାର - କେନ୍ଦ୍ରାପଡାରେ ଶିଆଳ

କେନ୍ଦ୍ରାପଡ଼ାରେ ଜିଲ୍ଲା ଆଳିରେ ଶିଆଳ ଆତଙ୍କ । ୩୦ରୁ ଅଧିକ ଲୋକଙ୍କୁ ଶିଆଳ କାମୁଡ଼ି କ୍ଷତବିକ୍ଷତ କରିବା ପରେ ସାରା ଆଳି ଅଞ୍ଚଳରେ କୋକୁଆ ଭୟ । ଅଧିକ ପଢନ୍ତୁ

fox attack in aali
fox attack in aali

By

Published : Jul 19, 2023, 9:12 AM IST

fox attack in aali

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମାତିଛନ୍ତି ଶିଆଳ । ସପ୍ତାହେ ଭିତରେ ୩୦ରୁ ଅଧିକ ଲୋକଙ୍କୁ ଶିଆଳ କାମୁଡ଼ି କ୍ଷତବିକ୍ଷତ କରିବା ପରେ ସାରା ଆଳି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସଂଧ୍ୟା ହେବା ମାତ୍ରେ ଠେଙ୍ଗାବାଡ଼ି ଧରି ବୁଲିଛନ୍ତି । ହେଲେ ଏହାର ପ୍ରତିକାର ପାଇଁ ବନବିଭାଗ ତତ୍ପର ହେଉ ନଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଗତ ସପ୍ତାହରେ ଏକ ଶିଆଳ ହଠାତ ନିଆଳ ଗାଁ ଭିତରକୁ ମଧ୍ୟାହ୍ନ ସମୟରେ ପଶି ଆସି ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା । ସେହିଦିନ ଠାରୁ ଅଦ୍ୟାବଧି ଉକ୍ତ ଶିଆଳଟି ନିଆଳ, ଶାଳିଅଞ୍ଚ, ଗୌଡ଼ପାଟଣା, ଏଣ୍ଡାଳ, ଗୋପାଳଜୀଉପାଟଣା ଆଦି ଗ୍ରାମରେ ଆତଙ୍କ ଖେଳାଇଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଅତର୍କିତ ଆକ୍ରମଣ କରିଛି । ଏଥିପାଇଁ ରାତି କିମ୍ବା ସକାଳ ହେଉ ସବୁ ସମୟରେ ଲୋକେ ଠେଙ୍ଗା ବାଡ଼ି ଧରି ଯା ଆସ କରୁଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ଘରର ଦୈନନ୍ଦିନ କାମ ସମୟରେ ଗୃହିଣୀ ମାନଙ୍କୁ ଏହି ଠେଙ୍ଗା ହିଁ ଏକମାତ୍ର ଭରସା ହୋଇଛି । ଏହା ଆଗରୁ ଶିଆଳଟି ବଡ଼ାମ୍ବୀଳା ପଞ୍ଚାୟତର ସାହୁପଡା ଗାଁର ଜଣଙ୍କ ଘରେ ୪ ଜଣଙ୍କୁ କାମୁଡି ଗୁରୁତର କରିଥିବା ବେଳେ ଗୁରୁତର ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ - ନିଆଳିରେ ଅଜଣା ଜନ୍ତୁ ଆତଙ୍କ, ବନ କର୍ମଚାରୀଙ୍କ ରାତ୍ର ପାଟ୍ରୋଲିଂ ଆରମ୍ଭ

ଏହା ମଧ୍ୟ ପଢନ୍ତୁ -ନିଆଳିକୁ ଫେରିଲା ଅଜଣା ଜନ୍ତୁ: ଖାଇଗଲା ବାଛୁରୀ, 4 ମେଣ୍ଢା ମୃତ

ସେହିପରି ଗତ ଶୁକ୍ରବାର ରାତିରେ ବେତାର ଗାଁର ପବିତ୍ର ପରିଡା ପରିଶ୍ରା ବସିଥିବା ବେଳେ ଶିଆଳଟି ତାଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଶନିବାର ବୋଲବମ ଯାଉଥିବା କାଉଡ଼ିଆଙ୍କୁ ମଧ୍ୟ ଆକ୍ରମଣ କରି ଶିଆଳ ଗୁରୁତର କରିଥିବା ବେଳେ ଆଳି ଅଞ୍ଚଳରେ ଶିଆଳକୁ ନେଇ ଏବେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ ଶିଆଳ କାମୁଡା ଇଞ୍ଜେକ୍ସନ ଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ନ ଥିବା କାରଣରୁ ଇଞ୍ଜେକ୍ସନ ପାଇଁ ଆହତ ମାନଙ୍କୁ କଟକ ଯିବାକୁ ପଡୁଥିବା କହିଛନ୍ତି ଶିଆଳ ଆକ୍ରମଣର ଶିକାର ହୋଇଥିବା ଜଣେ ମହିଳା । ପ୍ରଶାସନ ଓ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଶିଆଳ ମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details