କେନ୍ଦ୍ରାପଡା: ସଦର ଥାନା ଅଧିନ ବାଲିଆ ବଜାର ବାଣ ବିସ୍ପୋରଣ ଘଟଣାରେ ୩ ଗିରଫ । ୩ ଜଣଙ୍କୁ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ସଦର ଥାନା ପୋଲିସ । ସଦର ଥାନା ସବ ଇନ୍ସପେକ୍ଟର ବିଶ୍ବଭୂଷଣ ସାହାଣୀଙ୍କ ଅଭିଯୋଗ ଆଧାରରେ ଶ୍ରମିକ ସଙ୍ଘ ପୂଜା କମିଟିର ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ସ୍ଥାନୀୟ ବାଲିଆ ଅଞ୍ଚଳର ବୁଲୁ ମଲ୍ଲିକ, ଅରକ୍ଷୀତ ମଲ୍ଲିକ ଓ ଚିଲୁ ଦାସ ବୋଲି ଜଣାପଡ଼ିଛି ।
କେନ୍ଦ୍ରାପଡା ସଦର ଥାନା ଅଅନ୍ତର୍ଗତ ବାଲିଆ ବଜାର ବାଣ ବାଣ ବିସ୍ପୋରଣ ଘଟଣାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ବିରୋଧରେ IPC ଧାରା ୨୮୬, ୩୩୭, ୩୩୮, ୧୦୯, Fire work and loud speaker act ୫ ଏବଂ Explosive Substance act ୩ ଓ ୫ରେ ମାମଲା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ଶ୍ରମିକ ସଙ୍ଘ ପୂଜା କମିଟିର ସଦସ୍ୟ ବୋଲି ଜଣାପଡିଛି । ଏହି ଘଟଣାରେ ୨ ବାଣୁଆଙ୍କ ସମେତ ଶ୍ରମିକ ସଙ୍ଘ ପୂଜା କମିଟିର ମୋଟ ୧୦ ଜଣଙ୍କ ନାମରେ ପୋଲିସ ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ୨ ବାଣୁଆଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟଜଣେ ବାଣୁଆ ଫେରାର ଥିବା ପୋଲିସ ସୂଚନା ଦେଇଛି ।