ଓଡିଶା

odisha

ETV Bharat / state

ବରିଷ୍ଠ କଂଗ୍ରେସ ନେତା ଅରୁଣ ରାଉତ ଦଳରୁ ବହିଷ୍କୃତ - congress leader suspended from party

ଦଳ ବିରୋଧି କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ା ରାଜନଗର ବ୍ଳକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଅରୁଣ କୁମାର ରାଉତ କଂଗ୍ରେସରୁ ବିଦା ।

Senior congress leader suspended from party
ଫଟୋ ସୌଜନ୍ୟ: ଇଟିିଭି ଭାରତ

By

Published : Jan 7, 2020, 3:35 AM IST

କେନ୍ଦ୍ରାପଡା: ଦଳ ବିରୋଧି କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ା ରାଜନଗର ବ୍ଳକର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଅରୁଣ କୁମାର ରାଉତଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ।

ବରିଷ୍ଠ କଂଗ୍ରେସ ନେତା ଅରୁଣ ରାଉତ ଦଳରୁ ବହିଷ୍କୃତ

OPCC ଚିଠି ନଂ ୧୩୯ରେ ଏକ କାର୍ଯ୍ୟାନୁଷ୍ଠାନ ପତ୍ର ପ୍ରକାଶ କରାଯାଇ ଅରୁଣଙ୍କୁ ନିଲମ୍ବନ କରାଯିବା ନେଇ ସୂଚନା ଜାରି କରିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ । ଅରୁଣ ଦୀର୍ଘଦିନ ଧରି କଂଗ୍ରେସ ଦଳର ବରିଷ୍ଠ ସଦସ୍ୟ ତଥା କାର୍ଯ୍ୟକର୍ତ୍ତା ଭାବେ ଖୁବ ପରିଚିତ ଥିଲେ । ତେବେ ଏହି ନିଲମ୍ବନ ଆଦେଶ ଚିଠି ସମ୍ବନ୍ଧରେ ଅରୁଣଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details